କଳାହାଣ୍ଡି: ମୃତ୍ୟୁ କେତେବେଳେ ଯେ ଆସି ପହଞ୍ଚେ ତାହା କେହି ବି ଜାଣି ନଥାନ୍ତି । ଏଭଳି ଏକ ଦଃଖଦ ଘଟଣା ଘଟିଛି ଭବାନୀପାଟଣା ସହର ମାଲିପଡାରେ । ସାମଗ୍ରୀ ବିକ୍ରି କରିବାକୁ ଯାଇ ଟଳି ପଡ଼ିଲେ ବ୍ୟବସାୟୀ ।
ମୃତକ ଜଣକ ହେଲେ ୬୨ ବର୍ଷୀୟ କପଡା ବ୍ୟବସାୟୀ ଶେଖ ଅଲ୍ଲାଉଦୀନ । ସେ କୋଲକାତାର ବାସିନ୍ଦା । ହେଲେ ମାଲିପଡାରେ ଏକ ଭଡ଼ା ଘରେ ରହି ବ୍ୟବସାୟ କରୁଥିଲେ ସେ । ସବୁ ଦିନ ଭଳି ନିଜର ସାମଗ୍ରୀ ବିକ୍ରି କରିବାକୁ ବାହାରିଥିଲେ ବଜାରକୁ । ହେଲେ କିଏ ଜଣିଥିଲା ଏହା ଥିଲା ତାଙ୍କ ଶେଷ ଦିନ ।