କଳାହାଣ୍ଡି: ଭାରତୀୟ ଜନତା ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ପୁନମ ମହାଜନ ଏବଂ ଓଡିଶା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀଙ୍କ ନେତୃତ୍ୱରେ ସାରା ଭାରତ ବର୍ଷରେ ଏକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ କୌଣସି ବ୍ୟକ୍ତିଙ୍କୁ ରକ୍ତ ଅଭାବ ହେଲେ ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ଆସି ସହଯୋଗ କରିବା ପାଇଁ ଆହ୍ୱାନ ଦିଆଯାଇଛି । ଏହାସହ ସେମାନଙ୍କୁ ଏକ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ନମ୍ବରଟି ହେଉଛି ୭୮୭୮୬୯୨୦୨୦ ।
ରକ୍ତ ସଙ୍କଟ ଦୂର ପାଇଁ ଭାରତୀୟ ଜନତା ଯୁବ ମୋର୍ଚ୍ଚାର ରକ୍ତଦାନ କାର୍ଯ୍ୟକ୍ରମ - The Bharatiya Janata Yuva Morcha
ଭାରତୀୟ ଜନତା ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ପୁନମ ମହାଜନ ଓ ଓଡିଶା ରାଜ୍ୟ ସଭାପତି ଟଙ୍କଧର ତ୍ରୀପାଠୀଙ୍କ ନେତୃତ୍ୱରେ ସାରା ଭାରତ ବର୍ଷରେ ଏକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏଥିରେ କୌଣସି ବ୍ୟକ୍ତିଙ୍କୁ ରକ୍ତ ଅଭାବ ହେଲେ ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ଆସି ସହଯୋଗ କରିବା ପାଇଁ ଆହ୍ୱାନ କରାଯାଇଛି । ଅଧିକ ପଢନ୍ତୁ...
![ରକ୍ତ ସଙ୍କଟ ଦୂର ପାଇଁ ଭାରତୀୟ ଜନତା ଯୁବ ମୋର୍ଚ୍ଚାର ରକ୍ତଦାନ କାର୍ଯ୍ୟକ୍ରମ The Bharatiya Janata Yuva Morcha is being held The blood donation camp](https://etvbharatimages.akamaized.net/etvbharat/prod-images/768-512-7047953-724-7047953-1588522758241.jpg)
ଭାରତୀୟ ଜନତା ଯୁବ ମୋର୍ଚ୍ଚାର ରକ୍ତ ଦାନ ଶିବିର ଅନୁଷ୍ଠିତ
ଏହି ପରିପ୍ରେକ୍ଷୀରେ ଧର୍ମଗଡ ରକ୍ତ ଭଣ୍ଡାର ଠାରେ ନବରଙ୍ଗପୁର ଜିଲ୍ଲା ପ୍ରଭାରୀ ଲକ୍ଷ୍ମୀକାନ୍ତ ବାଗଙ୍କ ନେତୃତ୍ୱରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ତେବେ କୋରୋନା ଭାଇରସ ପାଇଁ ସାରା ଦେଶରେ ଲକଡାଉନ ଚାଲିଥିବା ବେଳେ ଏଭଳି ପରିସ୍ଥିତିରେ କୌଣସି ରୋଗୀ ଯେମିତି ରକ୍ତ ଅଭାବ ଯୋଗୁଁ ଅସୁବିଧାର ସମ୍ମୁଖୀନ ନ ହେବେ ସେ ନେଇ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ।
କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ