ଓଡିଶା

odisha

ETV Bharat / state

ଲାଲ ବାହିନୀର ତାଗିଦ ପରେ ଖୋଲିଲା କି ଆରଟିଓ କ୍ୟାମ୍ପ ?

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡରେ ଖୋଲିଲା ଅସ୍ଥାୟୀ ଆରଟିଓ କ୍ୟାମ୍ପ । ଲାଞ୍ଜିଗଡ ବ୍ଲକ ବିଶ୍ବନାଥପୁରର ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଏକ ଅସ୍ଥାୟୀ ଲର୍ଣ୍ଣିଙ୍ଗ ଲାଇସେନସ କ୍ୟାମ୍ପ ଖୋଲାଯାଇଛି । ତେବେ ଏହା ଲାଲ ବାହିନୀର ତାଗିଦ ପରେ ଖୋଲିଲା କି ବୋଲି ପ୍ରଶ୍ନ ଉଠୁଛି ।

Temporary RTO camp in lanjigarh
ଲାଲ ବାହିନୀର ତାଗିଦ ପରେ ଖୋଲିଲା କି ଆରଟିଓ କ୍ୟାମ୍ପ ?

By

Published : Mar 16, 2020, 8:54 AM IST

Updated : Mar 16, 2020, 9:08 AM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡରେ ଖୋଲିଲା ଅସ୍ଥାୟୀ ଆରଟିଓ କ୍ୟାମ୍ପ । ଲାଞ୍ଜିଗଡ ବ୍ଲକ ବିଶ୍ବନାଥପୁରର ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଏକ ଅସ୍ଥାୟୀ ଲର୍ଣ୍ଣିଙ୍ଗ ଲାଇସେନସ କ୍ୟାମ୍ପ ଖୋଲାଯାଇଛି । ଏହି କ୍ୟାମ୍ପରେ ଡକ୍ୟୁମେଣ୍ଟ ଯାଞ୍ଚ ପରେ 239 ଜଣ ଗାଡି ଚାଳକଙ୍କୁ ଲର୍ଣ୍ଣିଙ୍ଗ ଲାଇସେନସ ପ୍ରଦାନ କରାଯାଇଛି ।

ଲାଲ ବାହିନୀର ତାଗିଦ ପରେ ଖୋଲିଲା କି ଆରଟିଓ କ୍ୟାମ୍ପ ?

ଲାଞ୍ଜିଗଡ ଅଞ୍ଚଳରେ ମାଓବାଦୀମାନେ ପ୍ରତି ପଞ୍ଚାୟତରେ ଆରଟିଓ କ୍ୟାମ୍ପ ଖୋଲିବା ନେଇ ଗତ କିଛି ଦିନ ତଳେ ଜିଲ୍ଲା ପରିବହନ ଅଧିକାରୀଙ୍କୁ ପୋଷ୍ଟର ମାଧ୍ୟମରେ ଚେତାବନୀ ଦେଇଥିଲେ । ପୋଷ୍ଟରରେ ଉପାନ୍ତ ଅଞ୍ଚଳର ଅନେକ ଯୁବକ ନିଜ ଲାଇସେନ୍ସ ପାଇଁ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟକୁ ଆସି ହଇରାଣ ହରକତ ହେଉଥିବା ନେଇ ଅଭିଯୋଗ କରିଥିଲେ ।

ଏହାପରେ ଲାଲବାହିନୀର ଉପସ୍ଥିତିକୁ ଦେଖି ପ୍ରଶାସନ ଏପରି କରିଥିବା କୁହାଯାଉଛି । ତେବେ ଏହି କ୍ୟାମ୍ପକୁ ବ୍ଲକ ଅଧ୍ୟକ୍ଷ ଫକୀର ମୋହନ ମାଝୀ ଉଦଘାଟନ କରିଥିବାବେଳେ ଜିଲ୍ଲା ପରିବହନ ଅଧିକାରୀ ଦୀନବନ୍ଧୁ ଶୁଣ୍ଢିଙ୍କ ସମେତ ପଞ୍ଚାୟତ ପ୍ରତିନିଧି ମାନେ ଯୋଗ ଦେଇଥିଲେ । କ୍ୟାମ୍ପ ଖୋଲିବା ପରେ ସ୍ଥାନୀୟ ଅଞ୍ଚଳରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା ।

କଳାହାଣ୍ଡିରୁ ଅଜିତ୍‌ ସିଂ, ଇଟିଭି ଭାରତ

Last Updated : Mar 16, 2020, 9:08 AM IST

ABOUT THE AUTHOR

...view details