ଓଡିଶା

odisha

ETV Bharat / state

ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ - ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ଠିକା ପ୍ରଥା ଉଚ୍ଛେଦ କରାଯାଇ (NMR) ମାଧ୍ୟମରେ ସ୍ଥାୟୀ ନିଯୁକ୍ତି ଦାବି କଲେ ସଫେଇ କର୍ମଚାରୀ । ଅଧିକ ପଢନ୍ତୁ

ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ

By

Published : Jun 3, 2022, 7:46 AM IST

ଭବାନୀପାଟଣା:ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ । ସଫେଇ କର୍ମଚାରୀଙ୍କୁ ପୌର ବିଭାଗ (NMR) ମାଧ୍ୟମରେ ସ୍ଥାୟୀ ନିଯୁକ୍ତି କରି ସିଧାସଳଖ ପୌର ବିଭାଗ ଦରମା ଦେବା ଦାବିରେ ଗୁରୁବାର ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ପୌର କର୍ମଚାରୀ ସଂଘ । ଅଭିଯୋଗ ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୌରପାଳିକାର ପରିମଳ ବ୍ୟବସ୍ଥା ପାଇଁ ଏକ ଠିକା ସଂସ୍ଥାକୁ ଟେଣ୍ଡର ଦିଆଯାଇଛି ।

ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ସମସ୍ତ ସଫେଇ କର୍ମଚାରୀଙ୍କୁ ଟେଣ୍ଡର ପାଇଁ ଥିବା ସଂସ୍ଥା ଅଧୀନରେ କାର୍ଯ୍ୟ କରିବା ନେଇ ପୌର ବିଭାଗ ନିଷ୍ପତ୍ତି ନେଇଥିବା ବେଳେ ସରକାରଙ୍କ ନିୟମ ଅନୁଯାୟୀ ୨୩୦ ଦିନରୁ ଉର୍ଦ୍ଧ୍ବ ଦିନ କାମ କରିଥିବା ସଫେଇ କର୍ମଚାରୀଙ୍କୁ (NMR) ମାଧ୍ୟମରେ ସ୍ଥାୟୀ ନିଯୁକ୍ତି ଦେବାର ବ୍ୟବସ୍ଥା ରହିଛି ହେଲେ ଭବାନୀପାଟଣା ପୌର ବିଭାଗ ସରକାରଙ୍କ ଏହି ନିୟମକୁ ଅଣଦେଖା କରୁଥିବାରୁ ସମସ୍ତ ସଫେଇ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବା ସହ ସତ୍ୟାଗ୍ରହ ଆରମ୍ଭ କରିଛନ୍ତି । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସହରରେ କୌଣସି ସଫେଇ କର୍ମଚାରୀ କାର୍ଯ୍ୟ କରିବେ ନାହିଁ ବୋଲି କହିଛନ୍ତି ସଂଘର ସଭାପତି ।

ଇଟିଭି ଭାରତ, କଳାହାଣ୍ତି

ABOUT THE AUTHOR

...view details