ଓଡିଶା

odisha

By

Published : May 26, 2020, 9:17 AM IST

Updated : May 26, 2020, 10:27 AM IST

ETV Bharat / state

କଳାହାଣ୍ଡିରେ ଜଳିଲା ସନ୍ଦିଗ୍ଧ କୋରୋନା ଆକ୍ରାନ୍ତଙ୍କ ମୃତଦେହ, ଅଞ୍ଚଳରେ ଅସନ୍ତୋଷ

କଳାହାଣ୍ଡିରେ ଜଳିଲା ସନ୍ଦିଗ୍ଧ କୋରୋନା ରୋଗୀଙ୍କ ମୃତଦେହ, ସ୍ଥାନୀୟରେ ଅସନ୍ତୋଷ
କଳାହାଣ୍ଡିରେ ଜଳିଲା ସନ୍ଦିଗ୍ଧ କୋରୋନା ରୋଗୀଙ୍କ ମୃତଦେହ, ସ୍ଥାନୀୟରେ ଅସନ୍ତୋଷ

07:01 May 26

କଳାହାଣ୍ଡିରେ ଜଳିଲା ସନ୍ଦିଗ୍ଧ କୋରୋନା ଆକ୍ରାନ୍ତଙ୍କ ମୃତଦେହ, ଅଞ୍ଚଳରେ ଅସନ୍ତୋଷ

ଭବାନୀପାଟଣା: ସହର ମଧ୍ୟରେ ଜଳିଲା ସନ୍ଦିଗ୍ଧ କୋରୋନା ଆକ୍ରାନ୍ତଙ୍କ ମୃତଦେହ। ମୃତକ ଜଣକ ଜୁନାଗଡ଼ ବ୍ଲକ ଅଞ୍ଚଳର ୩୫ ବର୍ଷୀୟ ଯୁବକ। ମେ ୨୧ ତାରିଖରେ ସେ ତାମିଲନାଡୁରୁ କଳାହାଣ୍ଡି ଫେରିଥିବା ବେଳେ ତାଙ୍କୁ ଶ୍ବାସକ୍ରିୟା ଜନିତ ସମସ୍ୟା ଦେଖା ଦେଇଥିଲା।  

ପରେ କୋରୋନା ଲକ୍ଷଣ ନେଇ ସେ ହାବସପୁର କ୍ବାରେଣ୍ଟାଇନରେ ଥିଲେ । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ସୋମବାର ଜିଲ୍ଲା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇ ସ୍ୱାବ ସଂଗ୍ରହ ହୋଇଥିଲା ବୋଲି କୋଭିଡ ହସ୍ପିଟାଲର ଡାକ୍ତର ସୂଚନା ଦେଇଛନ୍ତି । ତେବେ ସ୍ୱାବ ରିପୋର୍ଟ ଆସିବା ପରେ ଚିତ୍ର ସ୍ପଷ୍ଟ ହେବ ଯେ ସେ ପଜେଟିଭ ଥିଲେ ନାଁ ନାହିଁ ।

ତେବେ ଏସବୁ ଭିତରେ ଆକ୍ରାନ୍ତ ଜଣଙ୍କ କୋରୋନା ଲକ୍ଷଣ ଥିବା ଡାକ୍ତର ସୂଚନା ଦେଇଥିବା ବେଳେ ମୃତ ଶରୀର ସଂସ୍କାର କାର୍ଯ୍ୟ ସଦର ଥାନା ସମ୍ମୁଖରେ ଥିବା ମଶାଣିରେ ସମ୍ପୂର୍ଣ୍ଣ ହୋଇଥିଲା। ଆପଣ ଏ ଦୃଶ୍ୟକୁ ଦେଖନ୍ତୁ ବେଶ ସତର୍କତାର ସହ ଚାଲିଛି ଅନ୍ତିମ ସଂସ୍କାର ପ୍ରକ୍ରିୟା । ପିପିଇ ପିନ୍ଧିଥିବା ଏ ବ୍ୟକ୍ତି ମାନେ ମୃତକଙ୍କ ପରିବାର ବର୍ଗ ନାଁ ପ୍ରଶାସନିକ କର୍ମଚାରୀ ତାହା ସଦର ଥାନାର ସିସିଟିଭି ଫୁଟେଜରୁ ହିଁ ସ୍ପଷ୍ଟ ହେବ।  

ଯେହେତୁ ପିପିଇ ବ୍ୟବହାର ହେଇଛି ମାନେ ଏବେ ବି ଆକ୍ରାନ୍ତ ମୃତ୍ୟର କାରଣକୁ ନେଇ ସନ୍ଦେହରେ କଳାହାଣ୍ଡି ପ୍ରଶାସନ। ତେବେ ସହର ମଧ୍ୟରେ ଏହି ସନ୍ଧିଗ୍ଧଙ୍କ ଅନ୍ତିମ ସଂସ୍କାରକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଯାହାକୁ ନେଇ ଆସନ୍ତାକାଲି ସହର ବାସୀ ଜିଲ୍ଲାପାଳଙ୍କୁ ସାକ୍ଷାତ କରିବାର ସୂଚନା ରହିଛି।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

Last Updated : May 26, 2020, 10:27 AM IST

ABOUT THE AUTHOR

...view details