ସୁବର୍ଣ୍ଣପୁର:ଜିଲ୍ଲା ବେହରାମାଲ ଟୀକାକରଣ କେନ୍ଦ୍ରରେ ପ୍ରବଳ ଭିଡ । ଟିକା ନେବାକୁ ଆସି ଲୋକେ ଭୁଲିଗଲେ ସାମାଜିକ ଦୂରତା । ତେବେ ଗହଳିକୁ ଦେଖି ଲାଗୁଥିଲା ଯେମିତି ଲୋକେ ଟିକା ନୁହେଁ, ବରଂ କୋରୋନାକୁ ନିମନ୍ତ୍ରଣ କରିବାକୁ ଆସିଛନ୍ତି । ଟିକା ନେବା ପାଇଁ ଟିକା କେନ୍ଦ୍ର ବାହାରେ ଶତାଧିକ ଲୋକ ଭିଡ ଜମାଇବା ସହ ଠେଲାପେଲା ହେବାର ଦେଖିବାକୁ ମିଳିଛି ।
କୋରୋନା ବାଣ୍ଟୁଛି ଟୀକାକରଣ କେନ୍ଦ୍ର... - ସାମାଜିକ ଦୂରତା
ବେହରାମାଲ ଟୀକାକରଣ କେନ୍ଦ୍ରରେ ଟିକା ନେବାକୁ ଆସି ଲୋକେ ଭୁଲିଗଲେ ସାମାଜିକ ଦୂରତା । ଅଧିକ ପଢନ୍ତୁ...
କୋରୋନା ବାଣ୍ଟୁଛିକି ଟୀକାକରଣ କେନ୍ଦ୍ର ?
ତେବେ ଏଭଳି ଭିଡକୁ ଦେଖି କୋରୋନା ବ୍ୟାପିବାର ମଧ୍ୟ ଆଶଙ୍କା କରାଯାଉଛି । ଏହି କେନ୍ଦ୍ରରେ ୧୮ ରୁ ୪୪ ବର୍ଷ ସହ ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟୀକାକରଣ ବ୍ୟବସ୍ଥା ହୋଇଛି । କିଛି ଲୋକ ସ୍ଲଟ ବୁକିଂ କରି ଆସିଥିବାବେଳେ କିଛି ଲୋକ ବିନା ବୁକିଂରେ ମଧ୍ୟ ଭିଡ ଜମାଇଛନ୍ତି । ତେବେ ସ୍ବାସ୍ଥ୍ୟ ବିଭାଗର ଦାୟିତ୍ବହୀନ କାର୍ଯ୍ୟ ଯୋଗୁଁ ଏପରି ଭିଡ ହେଇଥିବା ଚର୍ଚ୍ଚା ଜୋର ଧରିଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ