ଭବାନୀପାଟଣା: କଳାହାଣ୍ଡି ବିଶ୍ବବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ । ବିଶ୍ବବିଦ୍ୟାଳୟର ଏମବିଏ ବିଭାଗର ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଛି । ପୂର୍ବରୁ କୌଣସି ନୋଟିସ ନକରି ହଠାତ ପରୀକ୍ଷା ପାଇଁ ୧୮ ହଜାର ଫି ପୈଠ କରିବାକୁ ନିର୍ଦ୍ଦେଶ ହୋଇଥିବା ଅଭିଯୋଗ । ଫଳରେ ୧୫ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବା କହିଛନ୍ତି ଆନ୍ଦୋଳନରତ ଛାତ୍ରଛାତ୍ରୀ ।
ଫି ପୈଠ କରିନପାରିବାରୁ ପରୀକ୍ଷା ଦେଇପାରିଲେନି ଛାତ୍ରଛାତ୍ରୀ, କଳାହାଣ୍ଡି ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ - ୧୫ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ
କଳାହାଣ୍ଡି ବିଶ୍ବବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ । ପୂର୍ବରୁ ନୋଟିସ ନକରି ହଠାତ ପରୀକ୍ଷା ପାଇଁ ୧୮ ହଜାର ଫି ପୈଠ କରିବାକୁ ନିର୍ଦ୍ଦେଶ ହୋଇଥିବା ଅଭିଯୋଗ । ୧୫ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବା ଅଭିଯୋଗରେ ଏମବିଏ ବିଭାଗର ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢ଼ନ୍ତୁ
ଅଭିଯୋଗ ଅନୁଯାୟୀ ଏମବିଏ ବିଭାଗର ଛାତ୍ରଛାତ୍ରୀଙ୍କ ଆଜି ଶେଷ ସେମିଷ୍ଟାର ପରୀକ୍ଷା ଥିବାବେଳେ ୧୫ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଏହି ପରୀକ୍ଷାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ପୂର୍ବରୁ କଲେଜ କର୍ତ୍ତୃପକ୍ଷ ଫି ପୈଠ ପାଇଁ କୌଣସି ସୂଚନା ଦେଇନଥିବାବେଳେ ହଠାତ ୧୮ ହଜାର ଟଙ୍କା ଲେଖାଏଁ ପୈଠ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ କହିଥିଲେ । ହେଲେ ୧୫ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଫି ପୈଠ କରିବାରେ ଅସମର୍ଥ ହୋଇଥିଲେ । ଫଳରେ କଲେଜ କର୍ତ୍ତୃପକ୍ଷ ଫି ଜମା ନକରିବାରୁ ସେହି ଛାତ୍ରଛାତ୍ରୀଙ୍କୁ କଲେଜ ବାହାରେ ଛିଡ଼ା କରାଇବା ସହ ପରୀକ୍ଷା ଦେବାରୁ ବଞ୍ଚିତ କରାଇଥିବା ନେଇ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ତେବେ ଏନେଇ କଲେଜ କର୍ତ୍ତୃପକ୍ଷଙ୍କୁ ପଚାରୁବାରୁ ପୂର୍ବରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଫି ପୈଠ ପାଇଁ ନୋଟିସ ଦିଆଯାଇଥିବା କହିଛନ୍ତି । କିନ୍ତୁ ଯେଉଁ ଛାତ୍ରଛାତ୍ରୀ ଫି ପୈଠ କରିନାହାନ୍ତି, ସେମାନେ ପରୀକ୍ଷା ଦେବାରୁ ବଞ୍ଚିତ ରହିଥିବା ସୂଚନା ଦେଇଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ।
ଇଟିଭି ଭାରତ, କଳାହାଣ୍ଡି