ଓଡିଶା

odisha

ETV Bharat / state

ସହପାଠିନୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରି ସହପାଠୀ ଗିରଫ - ଅଶ୍ଳୀଳ ଭିଡିଓ ଭାଇରାଲ କରି ସହପାଠୀ ଗିରଫ

ଛାତ୍ରୀଙ୍କର ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ ଭାଇରାଲ ଅଭିଯୋଗରେ ସହପାଠୀ ଗିରଫ । ଅଧିକ ପଢ଼ନ୍ତୁ

ସହପାଠିନୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରି ସହପାଠୀ ଗିରଫ
ସହପାଠିନୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରି ସହପାଠୀ ଗିରଫ

By

Published : Jul 18, 2022, 10:55 PM IST

ଭବାନୀପାଟଣା :ସହପାଠିନୀଙ୍କ ସହ ଅନ୍ତରଙ୍ଗ ବେଳର ଭିଡିଓ ଭାଇରାଲ କରି ସହପାଠୀ ଗିରଫ । ଏଭଳି ଲଜ୍ଜ୍ୟାଜନକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଞ୍ଚଳରେ । ଏନେଇ ସ୍ଥାନୀୟ ଥାନାରେ ମାମଲା ରୁଜୁ ହେବାପରେ ଭବାନୀ ନାଏକ ନାମକ ଜଣେ ଯୁବକକୁ ଗିରଫ କରିଛି ପୋଲିସ ।

ସହପାଠିନୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରି ସହପାଠୀ ଗିରଫ

ପିଡ଼ୀତା ଯୁବତୀଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ଏତଲା ଅନୁଯାୟୀ ସମ୍ପୃକ୍ତ ଯୁବକ ପ୍ରେମ ସମ୍ପର୍କ ସ୍ଥାପନ କରି ଜୋର ଜବରଦସ୍ତି ଶାରୀରିକ ସମ୍ପର୍କ ରଖିବାକୁ ଚେଷ୍ଟା କରିଥିଲା । ତେବେ ଯୁବତୀ ଜଣକ ମନା କରିବାରୁ ଏହି ଭିଡିଓକୁ ଭାଇରାଲ କରାଯାଇଥିବା ଅଭିଯୋଗ ହୋଇଛି ।

ତେବେ ଗିରଫ ଅଭିଯୁକ୍ତଙ୍କ କହିବାନୁଯାୟୀ ଉଭୟଙ୍କ ମଧ୍ୟରେ ଗତ ପାଞ୍ଚ ବର୍ଷ ହେବ ପ୍ରେମ ସମ୍ପର୍କ ରହିଥିଲା । ଅଭିଯୁକ୍ତ ନିଜର କିଛି ଅନ୍ତରଙ୍ଗ ବନ୍ଧୁଙ୍କୁ ସେହି ଭିଡିଓ ଦେଇଥିଲେ । ସେମାନେ ହିଁ ଭିଡିଓ ଭାଇରାଲ କରିଥିବା ଭବାନୀ କହିଛନ୍ତି । ଅଭିଯୁକ୍ତ ଯୁବତୀକୁ ଦୁଷ୍କର୍ମ କରିବା ପରେ ବ୍ଲାକମେଲ୍ କରୁଥିବା ନେଇ ଅଭିଯୋଗ ହୋଇଛି । ପୋଲିସ ଏକ ଦୁଷ୍କର୍ମ ମାମଲା ରୁଜୁକରି ଅଭିଯୁକ୍ତର ଡାକ୍ତରୀ ମଇନା କରିବା ପରେ ଗିରଫ କରି କୋର୍ଟ ଚାଲଣ କରିଛି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details