ଓଡିଶା

odisha

ETV Bharat / state

କଳାହାଣ୍ଡି ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନ; ଉତ୍ସାହିତ ଛାତ୍ରଛାତ୍ରୀ - ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନ ନେଇ ଖୁସି ଛାତ୍ରଛାତ୍ରୀ

କଳାହାଣ୍ଡି ବିଶ୍ବବିଦ୍ୟାଳୟ ନାମ ମା’ ମାଣିକେଶ୍ବର ବିଶ୍ବବିଦ୍ୟାଳୟ ହେବା ନେଇ ଖୁସି ବ୍ୟକ୍ତ କଲେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

କଳାହାଣ୍ଡି ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନ
କଳାହାଣ୍ଡି ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନ

By ETV Bharat Odisha Team

Published : Nov 2, 2023, 8:13 PM IST

କଳାହାଣ୍ଡି ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନ

ଭବାନୀପାଟଣା: ପୂର୍ବରୁ କଳାହାଣ୍ଡି ଜିଲ୍ଲାର ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଇଁ ଜିଲ୍ଲା ବାହାରକୁ ଯାଉଥିଲେ । ହେଲେ ଏବେ ଶିକ୍ଷାର ହବ୍ ହୋଇପାରିଛି କଳାହାଣ୍ଡି ।
ଶିକ୍ଷା କ୍ଷେତ୍ରରେ ଏହି ଜିଲ୍ଲା ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି । ବୁଧବାର କଳାହାଣ୍ଡି ପ୍ରତିଷ୍ଠା ଦିବସ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲା ଗସ୍ତ କରିଥିଲେ । ଦିନିକିଆ ଗସ୍ତରେ ଆସି ସେ ଏଠାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ବିଶ୍ବବିଦ୍ୟାଳୟକୁ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ୱରୀଙ୍କ ନାଁରେ ନାମିତ କରିଥିଲେ । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି ।

ଏହାମଧ୍ୟ ପଢନ୍ତୁ: ସାକାର ହେଲା କଳାହାଣ୍ଡିବାସୀଙ୍କ ସ୍ବପ୍ନ, ପ୍ରତିଷ୍ଠା ଦିବସରେ ବିଭିନ୍ନ ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ବିଶ୍ବବିଦ୍ୟାଳୟ ପଡ଼ିଆରେ ପହଞ୍ଚିବା ପରେ ମଞ୍ଚରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ବିଶ୍ବବିଦ୍ୟାଳୟକୁ ଅଧିଷ୍ଠାତ୍ରୀ ଦେବୀଙ୍କ ନାଁରେ ନାମିତ କରିବା ପାଇଁ ତାଙ୍କ ନିକଟରେ ଦାବି କରିଥିଲେ । ମୁଖ୍ୟମନ୍ତ୍ରୀ ଏହି ଦାବିକୁ ସମ୍ମାନ ଜଣାଇ ବିଶ୍ଵବିଦ୍ୟାଳୟକୁ ମା ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ ଭାବେ ନାମିତ କରିଥିଲେ । ବିଶ୍ଵବିଦ୍ୟାଳୟର ଏହି ନାମକରଣ ଯୋଗୁଁ ମାଣିକେଶ୍ୱରୀଙ୍କ ସଂସ୍କୃତିକୁ ସାରା ଦେଶ ଜାଣିବ ଏବଂ ଛାତ୍ରଛାତ୍ରୀ ଏହି ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରିବା ପାଇଁ ଇଚ୍ଛା କରିବେ ବୋଲି ଆଶା କରାଯାଉଛି ।

ଏହାମଧ୍ୟ ପଢନ୍ତୁ: ୭୫ ବର୍ଷରେ କଳାହାଣ୍ଡି, ଧୁମଧାମରେ ପାଳିତ ହେଲା ପ୍ରତିଷ୍ଠା ଦିବସ

ସେପଟେ ଖୁବଶୀଘ୍ର ବିଶ୍ବବିଦ୍ୟାଳୟ ଏନସିସି ୟୁନିଟ ପାଇଁ ଏକ ସ୍ବତନ୍ତ୍ର ଏୟାରକ୍ରାଫ୍ଟ ଆସିବ । ଉତ୍କେଲା ବିମାନ ବନ୍ଦରରେ ଏନସସି ଛାତ୍ରଛାତ୍ରୀ ସ୍ବପ୍ନର ଉଡାଣ ଭରି ପାରିବେ ବୋଲି ଗତକାଲି ମଞ୍ଚରେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ପ୍ରକାଶ କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବୁଧବାର ୭୫ ବର୍ଷରେ ପଦାର୍ପଣ କରିଛି କଳାହାଣ୍ଡି ଜିଲ୍ଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ଗଠନ ଦିବସ ପାଳନ କରାଯାଇଥିଲା । ସକାଳୁ ସକାଳୁ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ବରୀଙ୍କ ମନ୍ଦିରରୁ ମଶାଲ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ଟାଉନ ହଲ ଠାରେ ପହଞ୍ଚିଥିଲା । ଏହାପରେ ମଞ୍ଚ ପୂଜା ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ସଭାକାର୍ଯ୍ୟ ଆୟୋଜିତ କରାଯାଇଥିଲା । ମୁଖ୍ୟମନ୍ତ୍ରୀ କଳାହାଣ୍ଡିରେ ଲକ୍ଷ୍ମୀ ବସର ଉଦଘାଟନ କରିବା ସହ ଜିଲ୍ଲାବାସୀଙ୍କ ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ମେଡିକାଲ କଲେଜର ଉଦଘାଟନ କରିଥିଲେ ।

ଇଟିଭି ଭାରତ, ଭବାନୀପାଟଣା

ABOUT THE AUTHOR

...view details