ଓଡିଶା

odisha

By

Published : Jul 23, 2022, 4:41 PM IST

ETV Bharat / state

ଝଗଡା ଲାଗିଲେ ଦୁଇ ଶିକ୍ଷୟିତ୍ରୀ, ସ୍କୁଲ୍‌ ଗେଟ୍‌ରେ ତାଲାପକାଇ ଛାତ୍ରଛାତ୍ରୀଙ୍କ ଧାରଣା

ଶିକ୍ଷୟିତ୍ରୀଙ୍କ ଦେହ ଅସୁସ୍ଥ କାରଣରୁ ସେ ତାଙ୍କର କ୍ଲାସ ଠିକ ଭାବରେ ନେଇ ପାରୁନଥିଲେ । ଏନେଇ ପିଲାମାନେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ପାଖରେ ଅଭିଯୋଗ କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ କ୍ଲାସ ନେଉଥିବା ଶିକ୍ଷୟିତ୍ରୀଙ୍କୁ ଏବାବଦରେ ପଚାରିବାରୁ ସେ କହିଥିଲେ ଦେହ ଅସୁସ୍ଥତା କାରଣରୁ ସେ ପାଟି ଖୋଲି ଠିକ ଭାବରେ ପଢାଇ ପାରୁ ନାହାଁନ୍ତି । ସେପଟେ ସ୍କୁଲ କମିଟି ସୂଚନା ଅନୁଯାୟୀ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଏବଂ ପ୍ରଧାନ ଶିକ୍ଷୟିତ୍ରୀ ମଧ୍ୟରେ ତାଳମେଳ ରୁହେ ନାହିଁ । ଏନେଇ ଶିକ୍ଷୟିତ୍ରୀଙ୍କ ବଦଳି ଦାବିରେ ସ୍କୁଲ ଗେଟରେ ତାଲା ପକାଇ ଧାରଣା ଦେଇଥିଲେ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଅଭିଭାବକ । ଅଧିକ ପଢନ୍ତୁ

students demand suspension after two lady school teacher fighting in kalahandi
ଶିକ୍ଷୟିତ୍ରୀଙ୍କ ମଧ୍ୟରେ ବଚସା, ପାଠପଢାରେ ବ୍ୟାଘାତ କାରଣରୁ ଧାରଣା ଦେଲେ ଛାତ୍ରଛାତ୍ରୀ

କଳାହାଣ୍ଡି: ନର୍ଲା ବ୍ଲକ ଅନ୍ତର୍ଗତ ବେହେରାପାର୍ଟି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୁଇ ଶିକ୍ଷୟିତ୍ରୀ ମୁହାଁମୁହିଁ ହୋଇଛନ୍ତି । ବିଦ୍ୟାଳୟରେ ପାଠ ପଢାକୁ କେନ୍ଦ୍ରକରି ଦୁଇ ଶିକ୍ଷୟିତ୍ରୀ ମଧ୍ୟରେ ବାକ୍ ଯୁଦ୍ଧ ଉଗ୍ରରୂପ ନେଇଛି । ଦୁଇ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ବାକ୍‌ଯୁଦ୍ଧ କାରଣରୁ ସ୍କୁଲ ପରିସରରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ଛାତ୍ରୀଛାତ୍ରୀଙ୍କ ସହ ଅଭିଭାବକମାନେ ବିଦ୍ୟାଳୟର ବିଶୃଙ୍ଖଳା ପରିସ୍ଥିତି ନେଇ ବିଦ୍ୟାଳୟ ଆଗରେ ଧାରଣା ଦେଇଥିଲେ ।

ଶିକ୍ଷୟିତ୍ରୀଙ୍କ ମଧ୍ୟରେ ବଚସା, ପାଠପଢାରେ ବ୍ୟାଘାତ କାରଣରୁ ଧାରଣା ଦେଲେ ଛାତ୍ରଛାତ୍ରୀ

ଜଣେ ଶିକ୍ଷୟିତ୍ରୀ ଅସୁସ୍ଥତା କାରଣରୁ ତାଙ୍କର କ୍ଲାସ ଠିକ ଭାବରେ ନେଇ ପାରୁନଥିଲେ । ଏନେଇ ପିଲାମାନେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ପାଖରେ ଅଭିଯୋଗ କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ କ୍ଲାସ ନେଉଥିବା ଶିକ୍ଷୟିତ୍ରୀଙ୍କୁ ଏବାବଦରେ ପଚାରିବାରୁ ସେ କହିଥିଲେ ଦେହ ଅସୁସ୍ଥ ଥିବାରୁ ସେ ପାଟି ଖୋଲି ଠିକ ଭାବରେ ପଢାଇ ପାରୁନାହାଁନ୍ତି । ସେପଟେ ସ୍କୁଲ କମିଟି ସୂଚନା ଅନୁଯାୟୀ, ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଏବଂ ପ୍ରଧାନ ଶିକ୍ଷୟିତ୍ରୀ ମଧ୍ୟରେ ତାଳମେଳ ରୁହେ ନାହିଁ । ଫଳରେ ଅନେକ ସମୟରେ ଛାତ୍ରଛାତ୍ରୀଙ୍କ ପାଠ ପଢା ପରେ ଶିକ୍ଷୟତ୍ରୀଙ୍କ ମଧ୍ୟରେ ବଚସା ଲାଗି ରୁହେ । ଯାହା ଫଳରେ ସ୍କୁଲରେ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ତେବେ ଉଭୟ ଶିକ୍ଷୟିତ୍ରୀଙ୍କ ବଦଳି ଦାବିରେ ସ୍କୁଲ୍‌ ଗେଟରେ ତାଲା ପକାଇ ଧାରଣା ଦେଇଥିଲେ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଅଭିଭାବକ ।

ବିଦ୍ୟାଳୟରେ ମୋଟ ୬୦ ଜଣ ଛାତ୍ରଛାତ୍ରୀ ପଢୁଥିବାବେଳେ, ୩ ଜଣ ଶିକ୍ଷୟିତ୍ରୀ ଏବଂ ଜଣେ ଶିକ୍ଷକ ଅଛନ୍ତି । ତେବେ ଏଘଟଣା ବାବଦରେ ସ୍ଥାନୀୟ ଅଭିଭାବକ କହିଛନ୍ତି, "ବିଦ୍ୟାଳୟରେ ଶିକ୍ଷୟିତ୍ରୀମାନଙ୍କ ବିବାଦର ସମାଧାନ କରା ନ ଗଲେ ଆନ୍ଦୋଳନ ଜାରି ରହିବ । ବିଦ୍ୟାଳୟରେ ବ୍ଲକ ଶିକ୍ଷା ଅଧିକାରୀ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଘଟଣା ବାବଦରେ ଆଲୋଚନା କରିଥିଲେ ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details