ଓଡିଶା

odisha

ETV Bharat / state

ଛାତ୍ରୀଙ୍କୁ ଦୁଷ୍କର୍ମ କରି ଶିକ୍ଷକ ଫେରାର, ଗିରଫ ଦାବିରେ ବିକ୍ଷୋଭ - student assault by a teacher

କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ଏକ ସରକାରୀ ହାଇସ୍କୁଲର ନବମ ଶ୍ରେଣୀ ଛାତ୍ରୀଙ୍କୁ ସେହି ସ୍କୁଲର ଶିକ୍ଷକ ଦୀର୍ଘ ଦୁଇ ବର୍ଷ ଧରି ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରି ଆସୁଥିବା ନେଇ ମଦନପୁର ରାମପୁର ଥାନା ଗତ ୧୩ ତାରିଖରେ ଅଭିଯୋଗ ହିଇଥିଲା । ଅଧିକ ପଢନ୍ତୁ...

ଛାତ୍ରୀଙ୍କୁ ଶିକ୍ଷକ ଦୁଷ୍କର୍ମ ଘଟଣା, ଅଭିଯୁକ୍ତ ଶିକ୍ଷକ ଗିରଫ ଦାବିରେ ବିକ୍ଷୋଭ
ଛାତ୍ରୀଙ୍କୁ ଶିକ୍ଷକ ଦୁଷ୍କର୍ମ ଘଟଣା, ଅଭିଯୁକ୍ତ ଶିକ୍ଷକ ଗିରଫ ଦାବିରେ ବିକ୍ଷୋଭ

By

Published : Mar 22, 2021, 10:51 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ଏକ ସରକାରୀ ହାଇସ୍କୁଲର ନବମ ଶ୍ରେଣୀ ଛାତ୍ରୀଙ୍କୁ ସେହି ସ୍କୁଲର ଶିକ୍ଷକ ଦୀର୍ଘ ଦୁଇ ବର୍ଷ ଧରି ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରି ଆସୁଥିବା ନେଇ ମଦନପୁର ରାମପୁର ଥାନା ଗତ ୧୩ ତାରିଖରେ ଅଭିଯୋଗ ହୋଇଥିଲା ।

ଛାତ୍ରୀଙ୍କୁ ଶିକ୍ଷକ ଦୁଷ୍କର୍ମ ଘଟଣା, ଅଭିଯୁକ୍ତ ଶିକ୍ଷକ ଗିରଫ ଦାବିରେ ବିକ୍ଷୋଭ

ଅଭିଯୋଗର ୧୦ ଦିନ ବିତି ଯାଇଥିଲେ ମଧ୍ୟ କଳାହାଣ୍ଡି ପୋଲିସ ଅଭିଯୁକ୍ତ ଶିକ୍ଷକଙ୍କୁ ଧରିବାରେ ବିଫଳ ହୋଇଛି । ଅଭିଯୁକ୍ତ ଶିକ୍ଷକଙ୍କୁ ତୁରନ୍ତ ଗିରଫ କରି ପିଡିତାଙ୍କୁ ଉଚିତ ନ୍ୟାୟ ପ୍ରଦାନ ଦାବିରେ ଜନଜାଗରଣ ମଞ୍ଚ ପକ୍ଷରୁ ଭବାନୀପାଟଣା ସହର ଗାନ୍ଧୀଛକ ନିକଟରେ ପ୍ରତିବାଦ କରିଥିଲେ । ଏହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details