ଭବାନୀପାଟଣା: ପଡୋଶୀ ରାଜ୍ୟ ଛତିଶଗଡରେ କୋରୋନାର ନୂଆ ଷ୍ଟ୍ରେନ ବ୍ୟାପୁଥିବାରୁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଅଧିକ ସତର୍କ ହୋଇଛି । କୋରୋନା ସଂକ୍ରମଣକୁ ରୋକିବା ପାଇଁ ଛତିଶଗଡ଼କୁ ସମସ୍ତ ପ୍ରକାର ଗାଡ଼ି ଚଳାଚଳ ଉପରେ କଟକଣା ଜାରି କରାଯାଇଛି ଏବଂ ବର୍ଡର ଚେକ୍ପୋଷ୍ଟକୁ ସିଲ କରାଯିବା ସହ ଯାଞ୍ଚ କଡାକଡି କରାଯାଉଛି ।
କଳାହାଣ୍ଡି ଛତିଶଗଡ଼ ସୀମାରେ ଚେକିଂ ଜୋରଦାର - କଳାହାଣ୍ଡି ଛତିଶଗଡ଼ ସୀମାରେ ଚେକିଙ୍ଗ
ପଡୋଶୀ ରାଜ୍ୟ ଛତିଶଗଡରେ କୋରୋନାର ନୂଆ ଷ୍ଟ୍ରେନ ବ୍ୟାପୁଥିବାରୁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଅଧିକ ସତର୍କ ହୋଇଛି । ଅଧିକ ପଢନ୍ତୁ...
କଳାହାଣ୍ଡି ଛତିଶଗଡ଼ ସୀମାରେ ଚେକିଙ୍ଗ ଜୋରଦାର
କଳାହାଣ୍ଡି ଛତିଶଗଡ଼ ସୀମାରେ ଚେକିଙ୍ଗ ଜୋରଦାର
ଜିଲ୍ଲାର ଧର୍ମଗଡ଼ ସହରକୁ ଲାଗି ରହିଥିବା ଛତିଶଗଡ଼ ରାଜ୍ୟର ଦେଭୋଗ ଅଞ୍ଚଳର ଲୋକେ ଅନେକ ସମୟରେ ନିଜର ଦୈନନ୍ଦିନ କାର୍ଯ୍ୟ ପାଇଁ ଧର୍ମଗଡ଼ ସହର ଉପରେ ନିର୍ଭର କରିଥାନ୍ତି । ଆଉ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସୀମାରେ ଚେକିଙ୍ଗକୁ କଡାକଡି କରାଯାଇଛି । ଚେକ୍ପୋଷ୍ଟ ଦେଇ ଆସୁଥିବା ଲୋକଙ୍କୁ ନେଗେଟିଭ ରିପୋର୍ଟ ମାଗିବା ସହ ନେଗେଟିଭ ରିପୋର୍ଟ ବା ଟିକା ସାର୍ଟିଫିକେଟ ନଥିଲେ ୭ ଦିନ କ୍ୱାରେଣ୍ଟାଇନ୍ରେ ରହିବାକୁ କୁହାଯାଉଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ