ଓଡିଶା

odisha

ETV Bharat / state

ରାଜ୍ୟ ବିଦ୍ୟୁତ ଶ୍ରମିକ ସଂଘର ଦୁଇଟି ବିଭାଗରେ ସମ୍ପାଦକ ନିର୍ବାଚନ - କଳାହାଣ୍ଡି ଖବର

ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘ ଭାବନୀପାଟଣା ଶାଖାର ଦୁଇଟି ବିଭାଗର ନୂତନ ସମ୍ପାଦକ ନିର୍ବାଚନ ସଭା ଅନୁଷ୍ଠିତ ହୋଇଛି। ଅଧିକ ପଢ଼ନ୍ତୁ...

state electricity  worker association,  meeting for new secretary election,  new secretary for two departments,  ରାଜ୍ୟ ବିଦ୍ୟୁତ ଶ୍ରମିକ ସଂଘ, ବିଦ୍ୟୁତ ଶ୍ରମିକ ସଂଘର ସମ୍ପାଦକ ନିର୍ବାଚନ, କଳାହାଣ୍ଡି ଖବର, kalahandi news
ରାଜ୍ୟ ବିଦ୍ୟୁତ ଶ୍ରମିକ ସଂଘର ଦୁଇଟି ବିଭାଗରେ ସମ୍ପାଦକ ନିର୍ବାଚନ

By

Published : Dec 10, 2019, 9:07 PM IST

ଭବାନୀପାଟଣା: ଓଡିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘ ଭବାନୀପାଟଣା ଶାଖାର ଦୁଇଟି ବିଭାଗର ନିର୍ବାଚନ ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ସଙ୍ଘ ସଭାପତି ଅକ୍ଷୟ କୁମାର ତ୍ରିପାଠୀ, ମଣ୍ଡଳୀୟ ସମ୍ପାଦକ ପଦ୍ମନାଭ ପାଢ଼ୀ, ସଙ୍ଗଠନ ସମ୍ପାଦକ ସୁଦର୍ଶନ ଚାଲାନ, ଯୁଗ୍ମ ସମ୍ପାଦକ ଦୁର୍ଗାମାଧଵ ପଣ୍ଡା, ସର୍କଲ ସମ୍ପାଦକ ଚିତ୍ତରଞ୍ଜନ ପଣ୍ଡା, ପରାମର୍ଶ ଦାତା ଖଗପତି ସାହା ଉପସ୍ଥିତି ରହିଥିଲେ।

ପୂର୍ବ ବିଦ୍ୟୁତ ଖଣ୍ଡ ପାଇଁ ନିଗମାନନ୍ଦ ଦାସ ଏବଂ ପଶ୍ଚିମ ବିଦ୍ୟୁତ ଖଣ୍ଡ ପାଇଁ ରମେଶ ଚନ୍ଦ୍ର ପଣ୍ଡାଙ୍କୁ ନିର୍ବାଚିତ କରାଯାଇଛି। ଏହି ସଭାରେ ଦୁଇଟି ବିଭାଗର ଶତାଧିକ ବିଦ୍ୟୁତ ଶ୍ରମିକ କର୍ମଚାରୀ ଯୋଗ ଦେଇଥିଲେ। ସେପଟେ ସଂଘର ସଭାପତି ବିଶେଷକରି ଶ୍ରମିକଙ୍କ ସମସ୍ୟା ଉପରେ ଗୁରୁତ୍ବାରୋପ କରିଥିଲେ। ଆଉଟସୋର୍ସ ଶ୍ରମିକଙ୍କୁ ଇନସୋର୍ସ କରିବା ପାଇଁ ମତ ରଖିଥିଲେ।

ରାଜ୍ୟ ବିଦ୍ୟୁତ ଶ୍ରମିକ ସଂଘର ଦୁଇଟି ବିଭାଗରେ ସମ୍ପାଦକ ନିର୍ବାଚନ

ଆସନ୍ତା ଡିସେମ୍ବର 22, 23, 24 ତାରିଖରେ ସଂଘର 57ତମ ବାର୍ଷିକ ଅଧିବେଶନ ପୁରୀ ଟାଉନହଲ ଠାରେ ଅନୁଷ୍ଠିତ ହେଉଥିବାରୁ ବହୁ ସଂଖ୍ୟାରେ କର୍ମଚାରୀଙ୍କୁ ଯୋଗଦେବା ପାଇଁ ଅନୁରୋଧ କରାଯାଇଛି। ଶ୍ରମିକଙ୍କ ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରହେବ ବୋଲି ମଙ୍ଗଳବାର ଅନୁଷ୍ଠିତ ସଭାରେ ନିଷ୍ପତ୍ତି ନିଆଯାଇଛି।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ABOUT THE AUTHOR

...view details