ଭବାନୀପାଟଣା: କଳାହାଣ୍ଡି ମହାଲିଙ୍ଗ ସନ୍ସାଇନ୍ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରତି ବିଜେପି ଜିଲ୍ଲା ଉପସଭାପତି ଅଜୟ ପାଣିଗ୍ରାହୀ ଅଶାଳୀନ ମନ୍ତବ୍ୟ ରଖିଥିବା ଅଭିଯୋଗ ହୋଇଛି । ସାମ୍ବାଦିକଙ୍କୁ ନେଇ ବିଜେପି ନେତାଙ୍କ ମନ୍ତବ୍ୟକୁ ନେଇ ଜିଲ୍ଲା ସାମ୍ବାଦିକ ସମୂହ ତୀବ୍ର ବିରୋଧ କରିଛି ।
ବିଜେପି ଜିଲ୍ଲା ଉପସଭାପତି ଅଜୟ ପାଣିଗ୍ରାହୀଙ୍କ ଅଶାଳୀନ ମନ୍ତବ୍ୟକୁ ନେଇ ବିଭିନ୍ନ ଥାନାରେ ଏତଲା ଦାଖଲ କରାଯାଇଛି । ଅଜୟ ପାଣିଗ୍ରାହୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛି ସାମ୍ବାଦିକ ସମୂହ । ଏଥିପାଇଁ ଜିଲ୍ଲା ଓ ରାଜ୍ୟ ବିଜେପି ନିକଟରେ ଲିଖିତ ଅଭିଯୋଗ କରାଯାଇଛି ।