ଓଡିଶା

odisha

ETV Bharat / state

ଦୃଷ୍ଟିହୀନ ସଂଗଠନ ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ

କୋରୋନାରେ ଖାଦ୍ୟ ପାଇଁ ଡହଳବିକଳ ହେଉଥିବା ଲୋକଙ୍କ ପାଇଁ ଆଗକୁ ଆସିଛନ୍ତି ଦୃଷ୍ଟିହୀନ ସଂଗଠନ । ଏହି ସଂଗଠନ ଭବାନୀପାଟଣା ସହରରେ ରନ୍ଧା ଖାଦ୍ୟ ବଣ୍ଟନ କରୁଛନ୍ତି । ଅଧିକ ପଢନ୍ତୁ...

social organization distribute-food-to-helpless-people
ଦୃଷ୍ଟିହୀନ ସଂଗଠନ ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ

By

Published : May 26, 2021, 10:13 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଉଗ୍ର ରୂପ ନେବାରେ ଲାଗିଛି ମହାମାରୀ କୋରୋନା । ଏହାକୁ ଦୃଷ୍ଟିରେ ରଖି ଲକଡାଉନର ଘୋଷଣା କରିଛନ୍ତି ସରକାର । ଆଉ ଲକଡାଉନର ସିଧାସଳଖ ପ୍ରଭାବ ପଡିଛି ଗରିବ ଖଟିଖିଆଙ୍କ ଉପରେ । ଲକଡାଉନ ଯୋଗୁଁ କାମଧନ୍ଦା ବନ୍ଦ ରହିଥିବାବେଳେ ଦିଓଳି ଦି ମୁଠା ଖାଇବା ମିଳିବା ମଧ୍ୟ ଏମାନଙ୍କ ପାଇଁ ମୁସ୍କିଲ । ଏଭଳି ସ୍ଥିତିରେ ଦେବଦୂତ ସାଜି ଅନେକ ସାମାଜିକ ସଂଗଠନ ଭବାନୀପାଟଣା ସହରରେ ରନ୍ଧା ଖାଦ୍ୟ ବଣ୍ଟନ କରୁଛନ୍ତି ।

ଲକଡାଉନ ସମୟରେ କୌଣସି ବ୍ୟକ୍ତି ଯେପରି ଭୋକରେ ନ ରହେ, ସେଥିପାଇଁ ସହରର ବିଭିନ୍ନ ଅଞ୍ଚଳରେ ବୁଲି ଲୋକଙ୍କୁ ଖାଦ୍ୟ ବଣ୍ଟନ କରାଯାଉଛି । ଆଉ ସମାଜ ସେବା କ୍ଷେତ୍ରରେ ଉଦାହରଣ ସାଜିଛନ୍ତି ସହରରେ ଥିବା ଦୃଷ୍ଟିହୀନ ସଂଗଠନର କର୍ମକର୍ତ୍ତା ।

ଦୃଷ୍ଟିହୀନ ସଂଗଠନ ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ

ଭଗବାନ ଦୃଷ୍ଟିଶକ୍ତି ଦେଇ ନାହାଁନ୍ତି ସତ କିନ୍ତୁ ନିରୀହ ଅସହାୟ ଲୋକଙ୍କ ଦୁଃଖ ଓ ପେଟର ଜ୍ବାଳାକୁ ବୁଝିବା ଭଳି ମନଟିଏ ଦେଇଛନ୍ତି । ଦୃଷ୍ଟିହୀନ ସଂଗଠନ ପକ୍ଷରୁ ପ୍ରତ୍ୟେକ ଦିନ ସହର ଗଳିକନ୍ଦିରେ ବୁଲି ଗରିବ ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିବା ସହ ବୁଲା ଗୋରୁଗାଈଙ୍କୁ ଖାଦ୍ୟ ବଣ୍ଟନ କରି ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details