ଓଡିଶା

odisha

ETV Bharat / state

୩ କୋଟି ୬୨ ଲକ୍ଷ ବ୍ୟୟରେ କଳାହାଣ୍ଡିରେ ନିର୍ମାଣ ହେଲା ସ୍ମାର୍ଟ ପାର୍କ - ଖୁବଶୀଘ୍ର ଏଠାରେ କରାଯିବ କଳାହାଣ୍ଡି ମେଡ଼ିକାଲ କଲେଜ

କଳାହାଣ୍ଡିରେ ନିର୍ମାଣ ହେଲା ସ୍ମାର୍ଟ ପାର୍କ । ଖୁବଶୀଘ୍ର ହେବ ମେଡିକାଲ । ଜିଲ୍ଲାବାସୀଙ୍କୁ ମିଳିବ ସବୁ ସୁବିଧା । ଅଧିକ ପଢ଼ନ୍ତୁ

Smart park built in Kalahandi
କଳାହାଣ୍ଡିରେ ସ୍ମାର୍ଟ ପାର୍କ

By

Published : Jan 12, 2023, 12:35 PM IST

କଳାହାଣ୍ଡିରେ ସ୍ମାର୍ଟ ପାର୍କ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୌରପାଳିକା ପକ୍ଷରୁ ସହର ନିକଟରେ ପ୍ରାୟ ୩ କୋଟି ୬୨ ଲକ୍ଷ ଟଙ୍କାର ଏକ ଅତ୍ୟାଧୁନିକ ସ୍ମାର୍ଟ ପାର୍କ ନିର୍ମାଣ କରାଯାଇଛି । ଏହି ପାର୍କରେ ସହରବାସୀଙ୍କ ସମେତ ଜିଲ୍ଲାକୁ ଆସୁଥିବା ସମସ୍ତ ପର୍ଯ୍ୟଟକ ଏହାର ଭରପୁର ମଜା ଉଠାଇ ପାରିବେ । ଗତକାଲି ଏହାର ଉଦଘାଟନ ସମାରୋହରେ ମୁଖ୍ୟଅତିଥି ଭାବରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଯୋଗଦେଇଥିଲେ ।

ଏହାମଧ୍ୟ ପଢ଼ନ୍ତୁ. କଳାହାଣ୍ଡିରେ ନିର୍ମାଣ ହେବ ଅତ୍ୟାଧୁନିକ ଷ୍ଟାଡିୟମ

ସେହିପରି ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡୀ, ଏସପି ଅଭିଳାଷ ଜି, ନର୍ଲା ବିଧାୟକ ଭୂପିନ୍ଦର ସିଂ, ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ପୁଷ୍ପେନ୍ଦ୍ର ସିଂଦେଓ, ପୌରଅଧ୍ୟକ୍ଷା ସଂଯୁକ୍ତା ବେହେରା ପ୍ରମୁଖ ଯୋଗଦେଇ ଏହି ସ୍ମାର୍ଟ ପାର୍କର ଉଦଘାଟନ କରିଥିଲେ । ଉଦଘାଟନ ଦିନରେ ହିଁ ସହରବାସୀଙ୍କ ସମାଗମ ଦେଖିବାକୁ ମିଳିଥିଲା । କିଏ ଦୋଳି ଖେଳୁଥିଲେ ତ ପୁଣି ଆଉ କିଏ ସେଲ୍ଫି ଉଠାଇବାରେ ବ୍ୟସ୍ତ ଥିଲେ । କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଜିଲ୍ଲାର ନିର୍ମାଣଧୀନ ମେଡିକାଲ କଲେଜ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବାସହ ଜିଲ୍ଲାବାସୀ ଏହାର ଲାଭ ଉଠାଇ ପାରିବେ ବୋଲି କହିଥିଲେ । ଆଉ ଏହି ମେଡିକାଲ କଲେଜ ହେବା ଦ୍ୱାରା ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହେବ ବୋଲି ମନ୍ତ୍ରୀ ନବ ଦାସ ପ୍ରକାଶ କରିଥିଲେ ।

ଏ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ''ଆଜି ସ୍ମାର୍ଟ ପାର୍କ ଉଦଘାଟନ ପରେ ଏଠାରେ ଥିବା ସବୁ ପିଲା ଖୁସି ଅଛନ୍ତି । ଯାହା ଆମପାଇଁ ସବୁଠୁ ବଡ଼ କଥା । ତେବେ ଖୁବଶୀଘ୍ର ଏଠାରେ କରାଯିବ କଳାହାଣ୍ଡି ମେଡ଼ିକାଲ କଲେଜ । ଯାହା କେହି କେବେ ଭାବି ନଥିଲେ କଳାହାଣ୍ଡିରେ ମେଡିକାଲ କଲେଜ ତିଆରି ହେବ ତାହା ପୂରଣ ହେବାକୁ ଯାଉଛି । ଏହା ଆମ ମୁଖ୍ୟମନ୍ତ୍ରୀଙ୍କ ମହାନତା । ସେ କଳାହାଣ୍ଡି ଓ କଳାହାଣ୍ଡି ବାସିନ୍ଦାଙ୍କୁ ଖୁବ୍ ଭଲପାଆନ୍ତି ''।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details