ଭବାନୀପାଟଣା : କଳାହାଣ୍ଡିରେ ଥିବା ସୀତା ବୁର୍ଡିପଡା ୱାର୍ଡ ନମ୍ବର ୨ର ୨୦ରୁ ଊର୍ଦ୍ଧ ମହିଳା ଶୁକ୍ରବାର ଭବାନୀପାଟଣା ପୌର ବିଭାଗର ଦ୍ୱାରାସ୍ତ ହୋଇଛନ୍ତି । ଅଭିଯୋଗ ଅନୁଯାୟୀ ୨୦୧୬ ମସିହାରେ ବସ୍ତି ବାସିନ୍ଦାଙ୍କୁ ଉଚ୍ଛେଦ କରାଯିବା ସମୟରେ କିଛି ପରିବାର ଥଇଥାନ ହୋଇଥିବା ବେଳେ ୨୦ରୁ ଅଧିକ ପରିବାର ସୀତା ବୁର୍ଡିପଡାରେ ହିଁ ରହୁଥିଲେ ।
ରାଜ୍ୟ ସରକାରଙ୍କ ବସ୍ତି ଆଇନ ୨୦୧୭ ଅନୁଯାୟୀ ପୌରପାଳିକା ଦ୍ବାରା ସୀତା ବୁର୍ଡିପଡାର ସର୍ଭେ କରାଯାଇ ପଟ୍ଟା ପ୍ରଦାନ କରିବା ପାଇଁ ତାଲିକା ପ୍ରସ୍ତୁତ କରାଯାଇଥିଲା । କିଛି ପରିବାରଙ୍କୁ ଯୋଗ୍ୟତା ପ୍ରମାଣ ପତ୍ର ପ୍ରଦାନ କରାଯାଇଛି । କିନ୍ତୁ ବର୍ଷବର୍ଷ ଧରି ସେମାନଙ୍କୁ ଥଇଥାନ କରାଯାଉ ନାହିଁ । ବର୍ତ୍ତମାନ ବସ୍ତି ଉଚ୍ଛେଦକୁ ନେଇ ଅସନ୍ତୋଷ ଦେଖାଦେଇଛି ।