ଭବାନୀପାଟଣା :ଭାଇକୁ ରାକ୍ଷୀ ବାନ୍ଧି ଫେରିବା ବେଳେ ଦୁର୍ଘଟଣାରେ ଚାଲିଗଲା ଭଉଣୀର ଜୀବନ । ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଲିଟିମସ୍କା ଗାଁରେ। ମୃତକ ଜଣକ ହେଉଛନ୍ତି ରଚନା ମାଝୀ । ସୂଚନାନୁସାରେ ରଚନାଙ୍କ ଭାଇ ଭବାନୀପାଟଣା କଲେଜରେ ରହି ପାଠ ପଢ଼ୁଥିଲେ ।
ତେବେ ଆଜି ସକାଳେ ରଚନା ଓ ତାଙ୍କ ସାନ ଭଉଣୀ ଭାଇ ପଢୁଥିବା ଉକ୍ତ କଲେଜର ହଷ୍ଟେଲକୁ ଯାଇ ରାକ୍ଷୀ ବାନ୍ଧିଥିଲେ । ରାକ୍ଷୀ ବାନ୍ଧିବା ପରେ ରଚନା ଓ ତାଙ୍କ ଭଉଣୀ ଘରକୁ ଫେରୁଥିଲେ । ହେଲେ ସେହି ସମୟରେ ଘୋଡାଘାଟ ଛକ ନିକଟରେ ଏକ ଟ୍ରକ ଆସି ଉଭୟଙ୍କୁ ଚାପି ଦେଇଥିଲା ।