ଓଡିଶା

odisha

ETV Bharat / state

Singari Ghati Accident: ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି - ସିଙ୍ଗାରି ଘାଟିରୁ ଭ୍ୟାନ ଓଲଟିବା ଘଟଣା

ସିଙ୍ଗାରି ଘାଟିରୁ ଭ୍ୟାନ ଓଲଟିବା ଘଟଣା । ଏ ଦୁର୍ଘଟଣାରରେ ମେଡିକାଲରେ ଚିକିତ୍ସାଧିନ ଥିବା ଅନ୍ୟଜଣଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ସଂଖ୍ୟା ମୋଟ ୫କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ

Singari Ghati Accident:ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି
Singari Ghati Accident:ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

By

Published : May 23, 2022, 11:47 AM IST

ଭବାନୀପାଟଣା: ସିଙ୍ଗାରି ଘାଟିରୁ ଭ୍ୟାନ ଓଲଟିବା ଘଟଣା । ଏ ଦୁର୍ଘଟଣାରରେ ମେଡିକାଲରେ ଚିକିତ୍ସାଧିନ ଥିବା ଅନ୍ୟଜଣଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ସଂଖ୍ୟା ମୋଟ ୫କୁ ବୃଦ୍ଧି ପାଇଛି।

ସୂଚନା ଅନୁସାରେ, କଲମପୁର-ଥୁଆମୂଳ ରାମପୁର ବ୍ଲକକୁ ସଂଯୋଗ କଟୁଥିବା ସିଙ୍ଗାରି ଘାଟିରେ ପିଡିଏସ ଚାଉଳ ନେଇ ଫେରୁଥିବା ବେଳେ ପିକଅପ ଭ୍ୟାନ ଦୁର୍ଘଟଣା ଗସ୍ତ ହୋଇଥିଲା । ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବଂ ୭ ଜଣ ମହିଳାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ ଜଣଙ୍କର ମୃତ୍ୟୁ ଘଟିଥିଲା।

୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଆଜି ଚିକିତ୍ସାଧିନ ଅବସ୍ଥାରେ ବୁର୍ଲା ମେଡିକାଲରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ବାର୍ଷିକଣା ଗାଁର ଦଶରୁ ମାଝୀ ।

ଏହାମଧ୍ୟ ପଢନ୍ତୁ:PDS ଚାଉଳ ପାଇଁ ଗଲା ଜୀବନ ! ସିଙ୍ଗାରି ଘାଟିରୁ ଖସିଲା ଭ୍ୟାନ,୨ ମୃତ ୭ ଆହତ

ସେପଟେ, ସିଙ୍ଗାରିଘାଟି ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୨ ଲକ୍ଷର ସହାୟତା ରାଶି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ୨ ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ଏକ ପତ୍ର ମାଧ୍ୟମରେ ଘୋଷଣା କରାଯାଇଛି ।

କଳାହାଣ୍ତିରୁ ଅଜିତ ସିଂ,ଇଟିଭି ଭାରତ

ABOUT THE AUTHOR

...view details