ଭବାନୀପାଟଣା: ପ୍ରଶାସନିକ ଦୃଷ୍ଟି ଆଢୁଆଳ ରେ ସିମାନ୍ତ ଗାଁ ସିଲେଟ । ଗାଁ କୁ ଚାଲ ଗାଁ କୁ ଗଢ ଏଭଳି ସ୍ଲୋଗାନ ନେଇ ସରକାର ଗାଁ ର ବିକାଶ ପାଇଁ ପ୍ରସ୍ତୁତ କରୁଛନ୍ତି ଅନେକ ଯୋଜନା ଆଉ ଖର୍ଚ୍ଚ ହେଉଛି ଅନେକ ଟଙ୍କା। ହେଲେ କଳାହାଣ୍ଡି ଓ ରାୟଗଡା ସିମାନ୍ତ ସିଲେଟଗାଁ କୁ ଦେଖିଲେ ବାରି ହୁଏ ଏଠି କେତେ କାର୍ଯକାରୀ ହୋଇଛି ସରକାରୀ ଯୋଜନା ।
ଏ ହେଉଛି ସିଲେଟ ଗାଁ । ଆଉ ଏହେଉଛି ଗାଁ କୁ ଯିବା ପାଇଁ ଥିବା କଚ୍ଚା ରାସ୍ତା । ଜିଲ୍ଲାର ଥୁଆମୁଳ ରାମପୁର ବ୍ଲକ ଅଧୀନ ରେ ଥିବା ଏହି ଗାଁ ସବୁବେଳେ ନିର୍ଭରଶୀଳ ରାୟଗଡା ଜିଲ୍ଲା ଉପରେ । ସେ ସ୍ୱାସ୍ଥ୍ୟ,ଶିକ୍ଷା ଅବା ନିତିଦିନିଆ ଆବଶ୍ୟକୀୟ ସାମଗ୍ରୀ ହେଉ । ସବୁଠୁ ଏବେ ଏହି ଗାଁ ପାଇଁ ରହିଛି ରାସ୍ତା ସମସ୍ୟା । ଭଲ ରାସ୍ତାଟିଏ ନଥିବାରୁ ବ୍ଲକ ମୁଖ୍ୟାଳୟ ଯିବାକୁ ହେଲେ ପ୍ରାୟ ୧୭୦ କିମି ବୁଲିକି ଯିବାକୁ ହୁଏ । ଫଳରେ ଅନେକ ହଇରାଣ ହୁଅନ୍ତି ଅଞ୍ଚଳବାସୀ ।