ଓଡିଶା

odisha

ETV Bharat / state

କଳାହାଣ୍ଡିରେ ସଟଡାଉନ ପ୍ରଭାବ; ଖାଁ ଖାଁ ରାସ୍ତାଘାଟ

ସାରା ରାଜ୍ୟରେ ଜାରି ରହିଛି ସପ୍ତାହାନ୍ତ ସଟଡାଉନ । କଳାହାଣ୍ଡିରେ ସଟଡାଉନ ପ୍ରଭାବରେ ଖାଁ ଖାଁ ରହିଛି ରାଜରାସ୍ତା । ଅଧିକ ପଢନ୍ତୁ...

SDS
ଖାଁ ଖାଁ ରାସ୍ତା ଘାଟ

By

Published : May 2, 2021, 2:11 PM IST

ଭବାନୀପାଟଣା: ରାଜ୍ୟରେ ଦିନକୁ ଦିନ ହୁ ହୁ ବଢୁଛି ସଂକ୍ରମଣ । ଏ ନେଇ ରାଜ୍ୟରେ ସପ୍ତାହାନ୍ତ ସଟଡାଇନ ଜାରି ହୋଇଛି । କଳାହାଣ୍ଡିରେ ଦ୍ବିତୀୟ ସପ୍ତାହାନ୍ତ ସଟଡାଉନର ପ୍ରଭାବ ଦେଖିବାକୁ ମିଳିଛି । ରାସ୍ତାଘାଟ ଖାଁ ଖାଁ ହୋଇଛି ।

କଳାହାଣ୍ଡିରେ ସଟଡାଉନ ପ୍ରଭାବ

ଭବାନୀପାଟଣା ସହର ସମେତ ଜିଲ୍ଲାରେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚାଳଚଳ ମଧ୍ୟ ବନ୍ଦ ରହିଛି । ସଟଡାଉନରେ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ସହରର ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଅମାମାନିଆଙ୍କଠାରୁ ଫାଇନ ଆଦାୟ କରାଯାଉଥିବା ବେଳେ ଚେକିଙ୍ଗକୁ ଜୋରଦାର କରିଛି ଜିଲ୍ଲା ପୋଲିସ।

ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟି ଥିବାବେଳେ ସାଧାରଣ ଲୋକେ ମଧ୍ୟ ଏନେଇ ଆତଙ୍କିତ ହୋଇଛନ୍ତି । ପ୍ରଶାସନ ପକ୍ଷରୁ କରାଯାଇଥିବା ସଡଡାଉନକୁ ଲୋକମାନେ ସମର୍ଥନ କରିଛନ୍ତି । ଆବଶ୍ୟକ ନଥିଲେ କେହି ଘରୁ ବାହାରୁ ନାହାନ୍ତି ।

ପ୍ରକାଶ ଥାଉ କି, ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ସାରା ରାଜ୍ୟରେ 5ତାରିଖରେ 14ଦିନିଆ ଲକଡାଉନ ଘୋଷଣା କରାଯାଇଛି । ଏଥିରେ ଅତ୍ୟାବଶ୍ୟକ ସେବାକୁ ବାଦ ରଖାଯାଇଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ,ଇଟିିଭି ଭାରତ

ABOUT THE AUTHOR

...view details