ଭବାନୀପାଟଣା: ରାଜ୍ୟରେ କୋରୋନା ସଂକ୍ରମଣ ବଢୁଥିବାବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର 10ଟି ଜିଲ୍ଲାରେ ଜାରି କରିଛନ୍ତି ନାଇଟ କର୍ଫ୍ୟୁ । କଳାହାଣ୍ଡି ଜିଲ୍ଲାରେ ନାଇଟ କର୍ଫ୍ୟୁ ଓ କୋରୋନା ନିର୍ଦ୍ଦେଶନାମା ପାଳନ କରିବା ପାଇଁ ପ୍ରଶାସନ ପକ୍ଷରୁ କଡା ନିର୍ଦ୍ଦେଶ ରହିଛି ।
କୋଭିଡ ନିୟମ ଉଲଙ୍ଘନ ପଡିଲା ମହଙ୍ଗା, ସିଲ ହେଲା ଦୋକାନ - kalahandi news
ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏନେକ କଟକଣା ଜାରି କରାଯାଇଛି । ହେଲେ ସେସବୁ ଅଣଦେଖା କରି ଅଡୁଆରେ ପଡୁଛନ୍ତି କିଛି ଅମାନିଆ । ଅଧିକ ପଢନ୍ତୁ...
କୋଭିଡ ନିୟମ ଉଲଙ୍ଘନ ପଡିଲା ମହଙ୍ଗା, ସିଲ ହେଲା ଦୋକାନ
ତେବେ କୋରୋନା ନିର୍ଦ୍ଦେଶନାମା ଉଲଙ୍ଘନ ତଥା ଅଧିକ ଭିଡ଼ ଯୋଗୁଁ ଭବାନୀପାଟଣା ବାଲାଜୀ ସୁଇଟ୍ସ ସମେତ ଅନ୍ୟ ୨ଟି ଫାଷ୍ଟଫୁଡ଼କୁ ମଧ୍ୟ ସିଲ କରିଛି ଭବାନୀପାଟଣା ପୋଲିସ । ହୋଟେଲରେ ଅଧିକ ଭିଡ଼ ଥିବା ଯୋଗୁଁ ଭବାନୀପାଟଣା ଟାଉନ ଥାନା ପୋଲିସ ଓ ପୌର ପରିଷଦ ଅଧିକାରୀଙ୍କ ଉପସ୍ଥିତରେ ସିଲ ହେଲା ବାଲାଜୀ ସୁଇଟ୍ସ । କୋଭିଡ ନିର୍ଦ୍ଦେଶନାମା ଉଲଙ୍ଘନ କରିଥିବା ଯୋଗୁଁ ହୋଟେଲକୁ 10 ହଜାର ଟଙ୍କା ଜୋରିମାନା କରିବା ସହ ଅନିର୍ଦ୍ଧିଷ୍ଟ କାଳ ପାଇଁ ହୋଟେଲ ସିଲ କରିଥିବା ନେଇ ସୂଚନା ଦେଇଛି ପୋଲିସ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ