କଳାହାଣ୍ଡି: ବିଦ୍ୟୁତ ନେଇଛି ପୁଣି ଏକ ଜୀବନ । ଗତ ମାସେ ଭିତରେ ବାଲେଶ୍ବର, ବଲାଙ୍ଗୀର, ନୟାଗଡ ଭଳି ଆଉ କିଛି ଜିଲ୍ଲାରେ ବିଦ୍ୟୁତ ଆଘାତରେ 10ରୁ ଅଧିକ ଲୋକଙ୍କ ଜୀବନ ଗଲାଣି ।
ଗତକାଲି ପୁଣି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦରଥାନା ଅନ୍ତର୍ଗତ ସିଂଗଝରଣ ଗାଁରେ ଜଣେ ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ସଦରଥାନା ଅନ୍ତର୍ଗତ କୁର୍ଲୁଭଟା ଗାଁର କୃତି ନାଏକ ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି ସେ ବିଦ୍ୟୁତ ବିଭାଗରେ ଠିକା କର୍ମଚାରୀ ଭାବେ କାମ କରୁଥିଲେ ବୋଲି ଜଣାପଡିଛି । ସିଂଗଝରଣ ଗାଁରେ ସୌଭାଗ୍ୟ ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କୁ ବିଦ୍ୟୁତ ସଂଯୋଗ ଦେଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ କୃତିଙ୍କ ସହ କାମ କରୁଥିବା ଅନ୍ୟ ଠିକା କର୍ମଚାରୀ ସେଠାରୁ ଫେରାର ହୋଇଯିବାରୁ ଏ ଘଟଣାକୁ ନେଇ ନାନା ସନ୍ଦେହ ଦେଖାଦେଇଛି।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ