ଓଡିଶା

odisha

ETV Bharat / state

ଜାଡରେ ଥରହର କଳାହାଣ୍ଡି, ଜନଜୀବନ ଅସ୍ତବ୍ୟସ୍ତ

ଭୋର ସକାଳୁ ହିଁ ଏଠି କିଏ ଶୀତର ମଜା ନେଉଛି ତ ଆଉ କିଏ ଶୀତ ସହ ଲଢେଇ କରୁଛି । ଗୋଟିଏ ପଟେ ସହରବାସୀ ଶୀତୁଆ ସକାଳ ଉପଭୋଗ କରୁଥିବାବେଳେ ଗରିବ ଖଟିଖିଆଙ୍କୁ ଏହା ବେଶ କଷ୍ଟ ଦେଉଛି ।

By

Published : Nov 28, 2020, 3:12 PM IST

ଜାଡରେ ଥରହର କଳାହାଣ୍ଡି, ଖଟିଖିଆଙ୍କୁ ଦଉଛି କଷ୍ଟ
ଜାଡରେ ଥରହର କଳାହାଣ୍ଡି, ଖଟିଖିଆଙ୍କୁ ଦଉଛି କଷ୍ଟ

ଭବାନୀପାଟଣା: କଳାହାଣ୍ଡିରେ ମଞ୍ଜଥରା ଜାଡ-ଜନଜୀବନ ଅସ୍ତବ୍ୟସ୍ତ । ଜିଲ୍ଲାରେ ଗତ କିଛିଦିନ ହେବ ପାରଦ ୨୦ ଡିଗ୍ରୀ ତଳେ ରହୁଛି । ଫଳରେ ଜିଲ୍ଲାରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଥୁଆମୂଳ ରାମପୁରରେ ତାପମାତ୍ରା ୧୦ ଡିଗ୍ରୀ ରହିଥିବା ବେଳେ କାଲୁଆ ପବନ ସାଙ୍ଗକୁ କାକର ପଡୁଛି । ଫଳରେ ଜନ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି ।

ଜାଡରେ ଥରହର କଳାହାଣ୍ଡି, ଖଟିଖିଆଙ୍କୁ ଦଉଛି କଷ୍ଟ

ଭବାନୀପାଟଣା ସହରରେ 2 ପ୍ରକାରର ଦୃଶ୍ୟ ଦେଖିବାକୁ ମିଳୁଛି । ଭୋର ସକାଳୁ ହିଁ ଏଠି କିଏ ଶୀତର ମଜା ନେଉଛି ତ ଆଉ କିଏ ଶୀତ ସହ ଲଢେଇ କରୁଛି । କହିବାକୁ ଗଲେ ସଂଧ୍ୟା ୬ ଟାରୁ ଜିଲ୍ଲାରେ କାଲୁଆ ପବନ ବହିବା ସାଙ୍ଗକୁ ଆରମ୍ଭ ହେଉଛି ଶୀତ ପ୍ରକୋପ ଫଳରେ ରାତି ୯ଟା ହେଲେ ରାସ୍ତାଘାଟ ଖାଁ ଖାଁ ହୋଇଯାଉଛି। ଏସବୁ ଭିତରେ ଗୋଟିଏ ପଟେ ସହରବାସୀ ଶୀତୁଆ ସକାଳ ଉପଭୋଗ କରୁଥିବାବେଳେ ଗରିବ ଖଟିଖିଆଙ୍କୁ ଏହା ବେଶ କଷ୍ଟ ଦେଉଛି । ପେଟ ପାଇଁ ଦାନା ଯୋଗାଡ ଆଶାରେ ରିକ୍ସା ଚାଳକ ଭୋର ୪ ଟାରୁ ଯାତ୍ରୀଙ୍କ ଅପେକ୍ଷାରେ ଥିବା ବେଳେ ଯାତ୍ରୀ ମଧ୍ୟ ଜାଡର ମାଡରେ ଘାଇଲା ହେଉଛନ୍ତି । ସଂଧ୍ୟା ୬ ଟାରୁ ଶୀତର ମାତ୍ରା ଅନୁଭୂତ ହେଉଥିଲେ ହେଁ ସକାଳ ପ୍ରାୟ ୮ଟା ଯାଏଁ କୁହୁଡିର ଏକ ଆବରଣ ଶୀତକୁ ଦ୍ବିଗୁଣିତ କରିଦେଉଛି ।

ଜରୁରୀ କାମ ଥିଲେ ହେଁ ଲୋକେ ଘରୁ ପାଦ କାଢୁଥିବା ବେଳେ ୮ ଟା ପୂର୍ବରୁ ବାହାରକୁ ବାହାରିବା ମୁସକିଲ ହୋଇ ପଡିଛି । ତେବେ ଶୀତୁଆ ସକାଳ ସହ ତାଳ ଦେଇ ସହରବାସୀ ମର୍ଣ୍ଣିଂୱାକ ସହ ବ୍ୟାୟାମ ପାଇଁ ଭୋର ସକାଳୁ ବାହାରି ପଡୁଥିବା ବେଳେ ସକାଳର ମନୋରମ ଦୃଶ୍ୟ ସମସ୍ତଙ୍କୁ ଆକର୍ଷିତ କରୁଛି ।

କଳାହାଣ୍ଡିରୁ ଅଜିତ ସିଂଙ୍କ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details