ଓଡିଶା

odisha

ETV Bharat / state

ଅଧାରେ ରହିଲା ଭୋଜି ଖିଆ, ଓଲଟିଲା ଟ୍ରାକ୍ଟର 30ରୁ ଊର୍ଦ୍ଧ୍ବ ଆହତ

ବିବାହ ଭୋଜିରେ ଯୋଗ ଦେବାକୁ ଯାଉଥିବା ସମୟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସେର୍କୋଝୁଲା ଗାଁ ନିକଟରେ ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟି ୩୦ରୁ ଉର୍ଦ୍ଧ୍ବ ଗୁରୁତର । ଅଧିକ ପଢନ୍ତୁ

By

Published : Apr 29, 2022, 12:48 PM IST

ଭୋଜି ହେଲା କାଳ,  ଟ୍ରାକ୍ଟର ଓଲଟି ୩୦ରୁ ଉର୍ଦ୍ଧ୍ବ ଗୁରୁତର
ଭୋଜି ହେଲା କାଳ, ଟ୍ରାକ୍ଟର ଓଲଟି ୩୦ରୁ ଉର୍ଦ୍ଧ୍ବ ଗୁରୁତର

ଭବାନୀପାଟଣା:ବିବାହ ଭୋଜିରେ ଯୋଗ ଦେବାକୁ ଯାଉଥିବା ସମୟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର । ଏଭଳି ଏକ ଅଘଟଣ ଘଟିଛି ସେର୍କୋଝୁଲା ଗାଁରେ । ଦୁର୍ଘଟଣାରେ ୩୦ରୁ ଊର୍ଦ୍ଧ୍ବ ଗୁରୁତର ।

ଭୋଜି ହେଲା କାଳ, ଟ୍ରାକ୍ଟର ଓଲଟି ୩୦ରୁ ଉର୍ଦ୍ଧ୍ବ ଗୁରୁତର

ସୂଚନାଅନୁସାରେ, ଡ଼ଙ୍ଗାମୁଣ୍ଡି ଗାଁର ମହିଳା ଓ ପୁରୁଷ ପ୍ରାୟ ୩୦ରୁ ଊର୍ଦ୍ଧ୍ବ ଲୋକେ ଏକ ଟ୍ରାକ୍ଟର ଭଡାକରି ବାହାଘର ଭୋଜି ଖାଇବା ପାଇଁ ପୁଞ୍ଜାମ ଗାଁକୁ ଯାଉଥିବା ସମୟରେ ସେର୍କୋଝୁଲା ଗାଁ ନିକଟରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଟ୍ରାକ୍ଟରରେ ବସିଥିବା ୩୦ରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଖବରପାଇ ଘଟଣା ସ୍ଥଳରେ ବିଜେପୁର ଥାନା ପୋଲିସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଲାଞ୍ଜିଗଡ଼ ଓ କଲ୍ୟାଣିସିଂହପୁର ଡାକ୍ତର ଖାନାରେ ଭର୍ତ୍ତି କରିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details