ଓଡିଶା

odisha

By

Published : May 9, 2023, 1:38 PM IST

ETV Bharat / state

କୁମ୍ବିଂ ବେଳେ ପୋଲିସ-ମାଓବାଦୀ ଗୁଳିବିନିମୟ, 3 ମାଓବାଦୀ ସଫା

କଳାହାଣ୍ଡି ଜିଲ୍ଲା ଏମ. ରାମପୁରରେ ମାଓବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟରେ 3ଜଣ ନିକ୍ସଲ ନିପାତ ହୋଇଛନ୍ତି । ଅଧିକ ପଢନ୍ତୁ

Maoists killed in police encounter
ପୋଲିସ ଏନକାଉଣ୍ଟରରେ ମାଓବାଦୀ ନିପାତ

Maoists killed in Kalahandi

ଭବାନୀପାଟଣା:ଛତିଶଗଡ ନିକ୍ସଲ ଆକ୍ରମଣ ପରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ସର୍ଚ୍ଚ ଅପରେସେନ ସମୟରେ ଯବାନ ଓ ନକ୍ସଲ ମଧ୍ୟରେ ଗୁଳି ବିନିୟମ ହୋଇଥିଲା । ଏହି ଏନକାଉଣ୍ଟରରେ 3 ମାଓବାଦୀଙ୍କୁ ନିପାତ କରିଛନ୍ତି ସୁରକ୍ଷାକର୍ମୀ । କଳାହାଣ୍ଡି ଜିଲ୍ଲା ଏମ. ରାମପୁରରେ ମାଓବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ 3ଜଣ ନିକ୍ସଲ ନିପାତ ହୋଇଛନ୍ତି । ଟାଇପଙ୍ଗ ଜଙ୍ଗଲରେ ମାଓବାଦୀ ଓ ପୋଲିସକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା ।

ଏହା ବି ପଢନ୍ତୁ...ଗୋଟଭଟା ଗାଁରେ ଲାଗିଲା ମାଓ ପୋଷ୍ଟର, 7ଟି ଜିଲ୍ଲାରେ ବନ୍ଦ ପାଳନ ଆହ୍ବାନ

ଏମ. ରାମପୁରର ଟାଇପଙ୍ଗ ଜଙ୍ଗଲ ସୁରକ୍ଷାକର୍ମୀଙ୍କ କୁମ୍ବିଂ ଅପରେସନ ଚାଲିଥିଲା । ଏହି ସମୟରେ ଯବାନ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏହି ଏନକାଉଣ୍ଟରରେ 3 ମାଓବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି ସୁରକ୍ଷାକର୍ମୀ । ଏହା ସହି ଏକ47 ଜବତ ହୋଇଛି । ଏହି ଗୁଳି ବିନିମୟ ସମୟରେ ଜଣେ ସିଆରପିଏଫ ଅଧିକାରୀ ଆହତ ହୋଇଛନ୍ତି । ସିଆରପିଏଫ ଅତୁଳ ଦାସଙ୍କୁ ଗୁଳି ବାଜିଛି । ତାଙ୍କୁ ପ୍ରଥମ ମଦନପୁର ରାମପୁର ଓ ପରେ ବଲାଙ୍ଗୀର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ନେଇ ପୋଲିସ ସୂଚନା ଦେଇଛି । ଦୁଇଜଣ ମାଓବାଦୀଙ୍କ ଘଟଣା ସ୍ଥଳରେ ମୃତ୍ୟ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ମଦନପୁର ରାମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟଜଣେ ମାଓବାଦୀର ମୃତ୍ୟୁ ହୋଇଥିବା ଜଣାପଡିଛି। ଘଟଣା ସ୍ଥଳରେ କାଳାହାଣ୍ଡି ଡିଏସପି ଅଭିଳାଷ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ବର୍ତ୍ତମାନ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଥିବା ଏସପି ସୂଚନା ଦେଇଛନ୍ତି ।

ଏହା ବି ପଢନ୍ତୁ...Koraput Bandh: ଆଜି କୋରାପୁଟରେ ୧୨ ଘଣ୍ଟିଆ ବନ୍ଦ ପାଳନ

କିଛି ଦିନ ତଳେ ଛତିଶଗଡ ଦନ୍ତେୱାଡାରେ ଯବାନଙ୍କ ଉପରକୁ ନକ୍ସଲ ଆକ୍ରମଣ କରିଥିଲେ । ଏଥିରେ 10 ଜଣ ଯବାନ ଶହୀଦ ହୋଇଥିଲେ । ଏହାର କିଛି ଦିନ ପରେ ଆଜି 3 ନିକ୍ସଲଙ୍କୁ ନିପାତ କରିବା ସୁରକ୍ଷାକର୍ମୀଙ୍କ ପାଇଁ ଏକ ବଡ ସଫଳତା । ଛତିଶଗଡ ଦନ୍ତେୱାଡାରେ ହୋଇଥିବା ନକ୍ସଲ ଆକ୍ରମଣ ପଛରେ ଦରଭା ଡିଭିଜନର ହାତ ରହିଥିଲା । ଯବାନଙ୍କ ଉପରେ ଆକ୍ରମଣ ପାଇଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ)ର ଦରଭା ଡିଭିଜନ ନିଜକୁ ଦାୟୀ କରିଥିଲା । କଳାହାଣ୍ଡିର ଅନେତ ଅଞ୍ଚଳରେ ମାଓବାଦୀ ସେମାନଙ୍କ ଉପସ୍ଥିତି ଜାହିର କରୁଛନ୍ତି । ଜିଲ୍ଲା ଗୋଟଭଟା ଗାଁର ଛକ ଓ ପୋଲ ଉପରେ ପୋଷ୍ଟର ଲାଗି ଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details