ଭବାନୀପାଟଣା:ବିବାହ ଭୋଜି ଖାଇବା ପଡିଲା ମହଙ୍ଗା । ଭୋଜି ଖାଇ ୧୦ରୁ ଊର୍ଦ୍ଧ୍ବ ଗୁରୁତର ମେଡିକାଲରେ ଭର୍ତ୍ତି । ଗାଁରେ ଜମିଥିଲା ବିବାହ ଭୋଜି ଭାତର ଆସର । ଗାଁରେ ଭୋଜି ହେଉଥିବା ବେଳେ ଅନେକ ଲୋକ ଭୋଜିରେ ସାମିଲ ହୋଇଥିଲେ । ଭୋଜି ଖାଇପିଇ ନିଜ ନିଜ ଘରକୁ ଫେରିଥିଲେ । ହେଲେ ଘରକୁ ଫେରିବା ଗାଁର ଜଣକ ପରେ ଜଣେ ଅସୁସ୍ଥ ହେବାକୁ ଲାଗିଲେ । ଗାଁରେ ପ୍ରଥମେ ଗୋଟିଏ ପରିବାରର ପ୍ରାୟ ୩ ଜଣ ଗୁରୁତର ହୋଇଥିଲେ ।
ଅଧିକ ପଢ଼ନ୍ତୁ: ଓଡିଶା ମାଟରେ ଫଳୁଛି ମିଠା ମିଠା ଲାଲ୍ ଟହଟହ ଷ୍ଟ୍ରବେରୀ, ଆତ୍ମନିର୍ଭରଶୀଳ ହେଲେ ଆଦିମ ଜନଜାତି ମହିଳା
ଏହାପରେ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଲଟାପଡା ଗାଁରେ ଗତକାଲି ବିବାହ ଭୋଜି ଚାଲିଥିଲା । ଏହି ବିବାହ ଭୋଜିରେ ଗାଁର ଅନେକ ଲୋକ ସାମିଲ ହୋଇ ଭୋଜି ଖାଇ ନିଜ ନିଜ ଘରକୁ ଫେରିଥିଲେ । ହେଲେ ସେହି ଗାଁର ମୋହନ ରୋତିଙ୍କ ପରିବାର ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହୋଇଥିଲା । ତାଙ୍କ ସ୍ତ୍ରୀ ଡାଲିମ୍ବ ରୋତି, ୧୨ ବର୍ଷୀୟ ଝିଅ କବିତା ରୋତି ୮ ବର୍ଷର ଝିଅ ସିନ୍ଧୁକା ରୋତି ସହ ୬ ବର୍ଷର ପୁଅ ଆୟୁଷ ରୋତି ଓ ୨ ବର୍ଷୀୟ ଝିଅ ଜୁଳି ରୋତିଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା ।