ଓଡିଶା

odisha

ଡୁର୍କାଡଙ୍ଗରିରେ ପଥର ଚାପାରେ ଦୁଇ ମୃତ

By

Published : Jul 11, 2023, 12:50 PM IST

କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଅଁଲାଭଟାଥିବା ଡୁର୍କାଡଙ୍ଗରିରେ ପଥର ଖସି ଦୁଇ ଜଣଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

several died in rock fall
several died in rock fall

ପଥର ଚାପାରେ ଦୁଇ ମୃତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଅଁଲାଭଟାଥିବା ଡୁର୍କାଡଙ୍ଗରିରେ ପଥର ଖସି ଦୁଇ ଜଣଙ୍କ ମୃତ୍ୟୁ । ମୃତକମାନେ ହେଲେ ଅଲାଭଟା ଗ୍ରାମର ମୁକୁନ୍ଦ ପରାଭୋଇ ଓ ରାଜକୁମାରି ନାଏକ ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ , ଅଁଲାଭଟା ଗାଁର ମୁକୁନ୍ଦ ପରାଭୋଇ ଓ ରାଜକୁମାରି ନାଏକ ପ୍ରତ୍ୟେକ ଦିନ ସେଠାକୁ ଯାଇ ପଥର କୁ ଛେଚି ମେଟାଲ ତିଆରି କରି ବିକ୍ରି କରନ୍ତି । ଆଉ ସେଠି ଯେଉଁ ଦୁଇ ପାଇସା ମିଳେ ସେଥିରେ ପରିବାର ପ୍ରତିପୋଷଣ କରୁଥିଲେ। ହେଲେ ଗାଁରେ ଗତ ଦୁଇଦିନ ଧରି ବର୍ଷା ହେବା ଫଳରେ କାମ ବନ୍ଦ କରିଥିଲେ। କିଛି ମାତ୍ରାରେ ବର୍ଷା ଛାଡିବା ପରେ ଉଭୟ ପୁଣି ଥରେ ମେଟାଲ ତିଆରି କରିବା ପାଇଁ ଡୁର୍କାଡଙ୍ଗରିକୁ ଯାଇଥିଲେ।

ବର୍ଷା ଯୋଗୁଁ ଡଙ୍ଗରି ସାରା ଓଦାଳିଆ ହୋଇଥିବା ବେଳେ ମେଟାଲ ତିଆରି ପାଇଁ ଡଙ୍ଗରି ତଳେ ବସିଥିବା ଏକ ବଡ଼ ପଥର ମୁକୁନ୍ଦ ଓ ରାଜକୁମାରୀଙ୍କ ଉପରେ ପଡିଥିଲା l ଏଥିରେ ଗୁରୁତର ଭାବେ ଦୁହେଁ ଆହତ ହେବା ସହ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ଜୟପାଟଣା ପୋଲିସ ଏବଂ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କରି ଜୟପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ମୃତଦେହ ବ୍ୟବଛେଦ ପାଇଁ ପଠାଇଥିଲା । ସେପଟେ ଏନେଇ ଜୟପାଟଣା ପୋଲିସ ଏକ ମାମଲା ଋଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

ଏହା ମଧ୍ୟ ପଢନ୍ତୁ-5T ସ୍କୁଲ ଛାତରୁ ଖସିଲା ଅତଡା; ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

ସେପଟେ ହିମାଚଳ ପ୍ରଦେଶରେ ବର୍ଷା ଆଣିଛି ବିପତ୍ତି । ଲଗାତାର ବର୍ଷା ଫଳରେ ହିମାଚଳ ପ୍ରଦେଶରେ ଜଳ ପ୍ରଳୟ ହୋଇଛି । କେଉଁଠି ଗାଡି ଭାସିଗଲାଣି ତ କେଉଁଠି ମାଟି ଧସି ରାସ୍ତା ଜାମ ହେଲାଣି । ତ ପୁଣି ଆଉ କେଉଁଠି ପ୍ରବଳ ବର୍ଷା ପରେ ଭୂସ୍ଖଳନ ଆଉ ମାଟି ମିଶା ପାଣିରେ ରାସ୍ତାଘାଟ ବୁଡିଲାଣି । ଉତ୍ତର ଭାରତର ଦିଲ୍ଲୀଠୁ ନେଇ ଜାମ୍ମୁ କାଶ୍ମୀର ସବୁଠି ସମାନ ଦୁର୍ଦ୍ଦଶା । ଲଗାଣ ବର୍ଷା କାରଣରୁ ଜନଜୀବନ ପ୍ରଭାବିତ ହୋଇଛନ୍ତି । ଏହି ପ୍ରାକୃତିକ ବିପର୍ଯ୍ୟୟରେ ଅନେକ ଲୋକ ମୃ୍ତ୍ୟୁବରଣ କରିଲେଣି । ଏନେଇ କୁଲୁ ଜିଲ୍ଲାର ନିରମଣ୍ଡ ଅଞ୍ଚଳରୁ ମଧ୍ୟ ଏଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ନିରମଣ୍ଡ ଅଞ୍ଚଳରେ ଲଗାତାର ବର୍ଷା ହେବା ଯୋଗୁଁ ଭୂସ୍ଖଳନ ହୋଇଛି । ଗତକାଲି ନିରମଣ୍ଡ ଅନ୍ତର୍ଗତ ସମେଜ ନିକଟରେ ଏକ ବଡ଼ ଧରଣର ଭୂସ୍ଖଳନ ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ତେବେ ମୃତକ ଜଣକ ନିରମଣ୍ଡର ବାସିନ୍ଦା ସାନ୍ତ ଲାଲ ବୋଲି ଜଣାପଡିଛି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details