ଭବାନୀପାଟଣା :ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ବଡ ସଫଳତା । ନିଯୁକ୍ତି ପାଇ ତାମିଲନାଡୁ ଗଲେ ୨୨୦ ଯୁବତୀ । ତାମିଲନାଡୁ ହୋସୁରରେ ଥିବା ଟାଟା ଇଲେକ୍ଟ୍ରୋନିକ୍ସ ସିଷ୍ଟମ୍ ଲିମିଟେଡରେ ନିଯୁକ୍ତି ପାଇଛନ୍ତି କଳାହାଣ୍ଡିର 220 ଯୁବତୀ । ସମସ୍ତଙ୍କ ବୟସ ୧୮ରୁ ୨୧ ବର୍ଷ ମଧ୍ୟରେ ହୋଇଥିବା ବେଳେ ଯୋଗ୍ୟତା ରହିଛି ଯୁକ୍ତ ଦୁଇ ।
ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ବଡ଼ ସଫଳତା : ନିଯୁକ୍ତି ପାଇ ତାମିଲନାଡୁ ଗଲେ ୨୨୦ ଯୁବତୀ ସମସ୍ତେ ଟାଟା ଇଲେକ୍ଟ୍ରୋନିକ୍ସରେ ଜୁନିୟର ଟେକ୍ନିସିଆନ ଭାବେ କାମ କରିବେ । ଆଜି କଳାହାଣ୍ଡି ଜିଲ୍ଲାର ୨୨୦ ଜଣ ଯୁବତୀ ବିମାନରେ ଗଲେ ତାମିଲନାଡୁ। ଏଥିପାଇଁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁବତୀଙ୍କୁ ଭୁବନେଶ୍ୱର ବିମାନ ବନ୍ଦର ଆଣିବା ପାଇଁ ୬ଟି ସ୍ବତନ୍ତ୍ର ବସର ବ୍ୟବସ୍ଥା କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ:କାଲି ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
ଆଜି ସକାଳୁ ସମସ୍ତ ଯୁବତୀ ବସରେ ଭୁବେନେଶ୍ୱର ବାହାରିଥିଲେ । କଳାହାଣ୍ଡି ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡୀ ସବୁଜ ପତାକା ଦେଖାଇ ଶୁଭ କାମନା ଜଣାଇଥିଲେ । ଅନେକ ଆଶା ଓ ସ୍ବପ୍ନ ନେଇ ତାମିଲନାଡୁ ଯାଉଥିବା ଯୁବତୀ ବେଶ ଉତ୍ସାହିତ ହୋଇ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଏହା ମଧ୍ୟ ପଢନ୍ତୁ:କଳାହାଣ୍ଡିରେ ପହଞ୍ଚିଲା ନିୟମଗିରି ସୁରକ୍ଷା ସମିତିର ପଦଯାତ୍ରା
ଗାଁରେ ରହି ମୂଲ ଲାଗୁଥିବା ଏହି ଆଦିବାସୀ ଝିଅମାନେ ଆଜି ଏତେ ବଡ଼ ସୁଯୋଗ ତାଙ୍କ ଭାଗ୍ୟ ବଦଳାଇ ଦେଇଛି । ଆଧୁନିକତା ଯୁଗରେ ପାଦରେ ପାଦ ମିଶାଇ ଚାଲିବା ଏମାନଙ୍କ ପାଇଁ ଅସମ୍ଭବ ଥିଲା । ହେଲେ ଆଜି ସରକାର ତାଙ୍କୁ ଏକ ବଡ଼ ପଦବୀରେ ନିଯୁକ୍ତି ଦେଇଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଇଟିଭି ଭାରତ, କଳାହାଣ୍ଡି