ଓଡିଶା

odisha

ETV Bharat / state

କମ୍ବିଂ ବେଳେ ବିପୁଳ ପରିମାଣ ମାଓ ସାମଗ୍ରୀ ଜବତ - ବିପୁଳ ପରିମାଣର ବନ୍ଧୁକ ଓ ଗୋଳାବାରୁଦ ଜବତ

ମୁଣ୍ଡା ମସ୍କା ସଂରକ୍ଷିତ ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ୩ ଦିନ ଧରି ଗୁଳିବିନିମୟ । ଆଉ ଏହି ଗୁଳି ବିନିମୟରେ ମାଓ କମାଣ୍ଡର ନିଖିଲଙ୍କ ସହ ଅନ୍ୟ ମାଓବାଦୀ ଖସି ପଳାଇଛନ୍ତି । ଅଧିକ ପଢ଼ନ୍ତୁ

ମାଓକ୍ୟାମ୍ପରେ ଚଢଉ : ବିପୁଳ ପରିମାଣର ବନ୍ଧୁକ ଓ ଗୋଳାବାରୁଦ ଜବତ
ମାଓକ୍ୟାମ୍ପରେ ଚଢଉ : ବିପୁଳ ପରିମାଣର ବନ୍ଧୁକ ଓ ଗୋଳାବାରୁଦ ଜବତ

By

Published : Jun 26, 2022, 5:39 PM IST

ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ମୁଣ୍ଡାମସ୍କା ସଂରକ୍ଷିତ ଜଙ୍ଗଲରେ ଏକ ମାଓ କ୍ୟାମ୍ପ ଠାବ ହୋଇଛି । କଳାହାଣ୍ଡି ଏସପିଙ୍କ ତତ୍ତ୍ବାବଧାନରେ ଏସଓଜି ଏବଂ ସିଆରପିଏଫ ମିଳିତ ଚଢ଼ାଉରେ ଏହି ସଫଳତା ମିଳିଛି । କଳାହାଣ୍ଡି-କନ୍ଧମାଳ ଜିଲ୍ଲା ସୀମାନ୍ତ ମଦନପୁର ରାମପୁର ଥାନା ଅନ୍ତର୍ଗତ ଲୁବେନଗଡ଼ ନିକଟରେ ଥିବା ମୁଣ୍ଡା ମସ୍କା ସଂରକ୍ଷିତ ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ୩ ଦିନ ଧରି ଗୁଳିବିନିମୟ ହୋଇଥିଲା । କଳାହାଣ୍ଡି କନ୍ଧମାଳ ବୌଦ୍ଧ ନୟାଗଡ଼ ଡିଭିଜନାଲ କମିଟିର ମାଓ କମାଣ୍ଡର ନିଖିଲ, ଦଶରୁ, ଅନୀଲ ଓ ମମତା ଥିବା ଖବରପାଇ ଏସଓଜି, ଡିଭିଏଫ ଓ ସିଆରପିଏଫ ପକ୍ଷରୁ ମୁଣ୍ଡା ୧-ମସ୍କା ସଂରକ୍ଷିତ ଜଙ୍ଗଲରେ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା ।

ମାଓକ୍ୟାମ୍ପରେ ଚଢଉ : ବିପୁଳ ପରିମାଣର ବନ୍ଧୁକ ଓ ଗୋଳାବାରୁଦ ଜବତ

ସର୍ଚ୍ଚ ଅପରେସନ ପରେ ପ୍ରାୟ ୨୫ ରୁ ୩୦ଜଣ ମାଓବାଦୀଙ୍କ ସହ ମାଓ କମାଣ୍ଡର ନିଖିଲ, ଦଶରୁ, ଅନୀଲ ଓ ମମତା ମଧ୍ୟ ଛତ୍ର ଭଙ୍ଗ ଦେଇଥିବା ନେଇ ପୋଲିସ ସୂଚନା ଦେଇଛି । ସର୍ଚ୍ଚ ଅପରେସନ ବେଳେ ଅନେକ ଗୁଡିଏ ମାଓ ସାମଗ୍ରୀ ଜବତ ହୋଇଥିବା ବେଳେ ମାଓ ପୁସ୍ତକ, ମାଓ ପୋଷ୍ଟର, ଡେଟୋନେଟର, ଜୀବନ୍ତ ଗୁଳି, ବିପୁଳ ପରିମାଣର ଔଷଧ, ମାଓ ପୋଷାକ ସମେତ ଲହାଡ଼ ସାମଗ୍ରୀ ଜବତ ହୋଇଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି ।

ଏନେଇ ଆଜି କଳାହାଣ୍ଡି ପୋଲିସ ପକ୍ଷରୁ ଭବାନୀପାଟଣା ରିଜର୍ଭ ପୋଲିସ ପଡ଼ିଆରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କଳାହାଣ୍ଡି ଏସପି ଅଭିଳାଷ ଜି, ସିଆରପିଏଫ କମାନଡେଣ୍ଟ ବିପ୍ଳବ ସରକାର, ସିଆରପିଏଫ ଅପରେସନ ହେଡ ପ୍ରଭାତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details