ଭବାନୀପାଟଣା:ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ଆଜି(ଶୁକ୍ରବାର) କଳାହାଣ୍ଡି ଜିଲ୍ଲାର ୩ଟି ବ୍ଲକ୍ରେ ଅନୁଷ୍ଠିତ ହୋଇଛି । ନର୍ଲା ନିର୍ବାଚନ ମଣ୍ଡଳୀର ମୋଟ ୭ଟି ଜୋନରେ ମତ ସାବ୍ୟସ୍ତ କରିଛନ୍ତି ଭୋଟର । ନର୍ଲା ବ୍ଲକର ୩୨୩ଟି ବୁଥ୍ରେ ୯୦ ହଜାର ୩୫୮ ଜଣ ଭୋଟର ମତଦାନ କରିଛନ୍ତି ।
Panchayat Elections: କଳାହାଣ୍ଡିର ୩ ବ୍ଲକ୍ରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କଲେ ଭୋଟର - କଳାହାଣ୍ଡି ପଞ୍ଚାୟତ ନିର୍ବାଚନ ଖବର
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ଆଜି କଳାହାଣ୍ଡି ଜିଲ୍ଲାର ୩ଟି ବ୍ଲକ୍ରେ ଅନୁଷ୍ଠିତ ହୋଇଛି । ନର୍ଲା ନିର୍ବାଚନ ମଣ୍ଡଳୀର ମୋଟ ୭ଟି ଜୋନରେ ମତ ସାବ୍ୟସ୍ତ କରିଛନ୍ତି ଭୋଟର । ଅଧିକ ପଢ଼ନ୍ତୁ
ସେହିଭଳି ଏମ୍ ରାମପୁର ବ୍ଲକରେ ମଧ୍ୟ ୨୩୮ ବୁଥରେ ୫୮ ହଜାର ୬୭୩ ଜଣ ଭୋଟର ମତ ସାବ୍ୟସ୍ତ କରିଛନ୍ତି । କର୍ଲାମୁଣ୍ଡା ବ୍ଲକର ୧୪୩ଟି ବୁଥ୍ରେ ୪୨ ହଜାର ୭୦୫ ଜଣ ଭୋଟର ମତ ସାବ୍ୟସ୍ତ କରିଛନ୍ତି । ଦ୍ବିତୀୟ ପର୍ଯ୍ୟାୟ ପଞ୍ଚାୟତ ଭୋଟିଂ ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହାତକୁ ନିଆଯାଇଥିଲା । ସକାଳ ୭ ଟାରୁ ଆରମ୍ଭ ହୋଇଥିବା ନିର୍ବାଚନ ପ୍ରକ୍ରିୟା ଦିନ ୧ଟାରେ ଶେଷ ହୋଇଛି ।
ମୋଟ ୧୭୦ଟି ସମ୍ବେଦନଶୀଳ ବୁଥ ରହିଥିଲା । ଏଥିପାଇଁ ୨୨ଟି ମୋବାଇଲ ପାଟ୍ରୋଲିଂ ଟିମ୍ ଓ ୨୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଅନ୍ୟପକ୍ଷରେ ନର୍ଲା ବ୍ଲକର ୩୨୩ ଟି ବୁଥରେ ୧ ହଜାର ୩୧ଜଣ ନିର୍ବାଚନୀ କର୍ମଚାରୀ ନିୟୋଜିତ ହୋଇଥିଲେ । ସେହିପରି କର୍ଲାମୁଣ୍ଡା ବ୍ଲକରେ ୧୪୩ ଟି ବୁଥରେ ୫୦୦ଜଣ କର୍ମଚାରୀ ଙ୍କୁ ନିଯୁକ୍ତି ଦିଆଯାଇଥିଲା । ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ନିର୍ବାଚନ ।
କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ