ଭବାନୀପାଟଣା: ଭାରତର ପଞ୍ଚ ମ୍ୟାନ ଭାବରେ ପରିଚିତ ସତ୍ୟପୀର ପଧାନ ଶୁକ୍ରବାର ଆଉ ଏକ ରେକର୍ଡ କରିଛନ୍ତି । ସେ ଦୁଇ ହାତରେ ୩୪୮ ମୁଥ ମାରି ଏହି କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି । ପୂର୍ବରୁ ଏହି କୀର୍ତ୍ତିମାନ ସ୍ଲୋଭାକିଆର ମୁଷ୍ଟିଯୋଦ୍ଧା ପାଭେଲ ରୁଷୋଭ ୩୩୪ ଙ୍କ ନାମରେ ଥିଲା ।
ଏହି କୀର୍ତ୍ତିମାନ କାର୍ଯ୍ୟକ୍ରମ ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସେ ଏହି କୀର୍ତ୍ତିମାନ ହାସଲ କରିଛନ୍ତି । ହେଲେ ଏହା ଏବେ ଗିନିଜ ରେକର୍ଡର ଅପେକ୍ଷାରେ ରହିଛି । କାର୍ଯ୍ୟକ୍ରମର ସମସ୍ତ କାଗଜପତ୍ର ସେ ଗିନିଜ ବୁକକୁ ପଠାଇବେ । ସେଠାରୁ ଅନୁମୋଦନ ମିଳିବା ପରେ ତାଙ୍କ ରେକର୍ଡ ଲିପିବଦ୍ଧ ହେବ ।