ଭବାନୀପାଟଣା: କଳାହାଣ୍ଡି ନବରଙ୍ଗପୁର ଜିଲ୍ଲା ସୀମାନ୍ତବର୍ତ୍ତୀରେ ରହିଛି ସାହାଜଖୋଲ ସଂରକ୍ଷିତ ଜଙ୍ଗଲ । ଯାହାର ସୁରକ୍ଷାକୁ ନେଇ ଏବେ ଚିନ୍ତା ବଢିଛି । କାହିଁକିନା ଏ ଜଙ୍ଗଲ ଉପରେ ଏବେ ମକା ଚାଷୀଙ୍କ ଲୋଲୁପ ଦୃଷ୍ଟି । ଶହ ଶହ ଏକର ଜମିକୁ ପଦା କରି ଏବେ ଏଠାରେ ଚାଲିଛି ମକା ଚାଷ । ଏହାକୁ ବିରୋଧ କରିବାରୁ ଗତ କିଛିଦିନ ତଳେ ବନବାସୀ ଓ ଜଙ୍ଗଲ ସୁରକ୍ଷା ସମିତି ହାତାହାତି ହୋଇଥିଲେ । ଏହାପରେ ମାମଲା ଯାଇ ପହଞ୍ଚିଛି ଥାନାରେ । ଜଙ୍ଗଲ ସୁରକ୍ଷା ସମିତିର ସଭ୍ୟ ଏମାନଙ୍କ ଘର ଭାଙ୍ଗି ଏମାନଙ୍କୁ ତଡି ଦେଇଥିବା ଅଭିଯୋଗ ଆଣିବା ପରେ ଏହାକୁ ଜଙ୍ଗଲ ସୁରକ୍ଷା ସମିତି ଖଣ୍ଡନ କରିଛି ।
ସାହାଜଖୋଲ ଜଙ୍ଗଲ ସୁରକ୍ଷାକୁ ନେଇ ମୁହାଁମୁହିଁ - ଜଙ୍ଗଲ ସୁରକ୍ଷା ସମିତି
କଳାହାଣ୍ଡି ସାହାଜଖୋଲ ଜଙ୍ଗଲ ସୁରକ୍ଷାକୁ ନେଇ ଜଙ୍ଗଲରେ ରହିଆସୁଥିବା ବନବାସୀ ଓ ଜଙ୍ଗଲ ସୁରକ୍ଷା ସମିତି ମୁହାଁମୁହିଁ ସ୍ଥିତି । ଅଧିକ ପଢନ୍ତୁ...
ସାହାଜଖୋଲ ଜଙ୍ଗଲ ସୁରକ୍ଷାକୁ ନେଇ ମୁହାଁମୁହିଁ
ତେବେ ଜଙ୍ଗଲ ସୁରକ୍ଷାକୁ ନେଇ ଗୋତମୁଣ୍ଡା ଅଞ୍ଚଳର ୭ଟି ଗାଁର ଲୋକ ଏବେ ଏକଜୁଟ ହୋଇଛନ୍ତି ଏବଂ ଜଙ୍ଗଲ ସଫା କରି ବାହାର ଜିଲ୍ଲାରୁ ଆସି ଚାଷ କରୁଥିବା ଲୋକଙ୍କ ବିରୁଦ୍ଧରେ ଯୁଦ୍ଧ ଡାକରା ଦେଇଛନ୍ତି । ବନବାସୀମାନେ ଜଙ୍ଗଲ ସୁରକ୍ଷା କମିଟିର ୬ ଜଣଙ୍କ ନାଁରେ ଏନେଇ ଏତଲା ଦେଇଥିବା କହିଛନ୍ତି । ଏନେଇ ଘଟଣାସ୍ଥଳରେ କଳାହାଣ୍ଡି ଏସପି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହାରି ଭିତରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରି ଫେରିଛନ୍ତି ।
କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ
Last Updated : Jul 29, 2021, 1:20 AM IST