ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡରୁ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ ହୋଇଛି । ଜୟପାଟଣା ରେଞ୍ଜ ପାବଲୀ ଗାଁରେ ବନ ବିଭାଗର ଏକ ସ୍ବତନ୍ତ୍ର ସ୍କ୍ବାର୍ଡ ଚଢ଼ାଉ କରି ଏହି ମୂଲ୍ୟବାନ ଶାଗୁଆନ କାଠ ପଟା ଓ ଗଣ୍ଡି ଜବତ କରିଛି । ତେବେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଦକ୍ଷିଣ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ସ୍ବତନ୍ତ୍ର ସ୍ବାର୍ଡ ପାବଲୀ ଗାଁର ଘାସିରାମ ଦୁର୍ଗାଙ୍କ ଘର ଉପରେ ଚଢ଼ାଉ କରିଥିଲା।
କଳାହାଣ୍ଡିରେ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ପଟା ଓ ଗଣ୍ଡି ଜବତ - ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ
କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡରୁ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ ହୋଇଛି । ଜୟପାଟଣା ରେଞ୍ଜ ପାବଲୀ ଗାଁରେ ବନ ବିଭାଗର ଏକ ସ୍ବତନ୍ତ୍ର ସ୍କ୍ବାର୍ଡ ଚଢ଼ାଉ କରି ଏହି ମୂଲ୍ୟବାନ ଶାଗୁଆନ କାଠ ପଟା ଓ ଗଣ୍ଡି ଜବତ କରିଛି ।
![କଳାହାଣ୍ଡିରେ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ପଟା ଓ ଗଣ୍ଡି ଜବତ wood seized in kalahandi, kalahandi latest news, lakhs rupees of sagwan wood seized, wood mafia, କଳାହାଣ୍ଡିରେ ଚଢାଉ, କାଠ ମାଫିଆ, ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ, କଳାହାଣ୍ଡି ଲାଟେଷ୍ଟ ନ୍ୟୁଜ୍](https://etvbharatimages.akamaized.net/etvbharat/prod-images/768-512-6861150-945-6861150-1587321212532.jpg)
କଳାହାଣ୍ଡିରେ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ପଟା ଓ ଗଣ୍ଡି ଜବତ
କଳାହାଣ୍ଡିରେ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ପଟା ଓ ଗଣ୍ଡି ଜବତ
ଏହି ଚଢ଼ାଉରେ ସ୍ବତନ୍ତ୍ର ସ୍କ୍ବାର୍ଡର ଫରେଷ୍ଟର ପଦ୍ମଲୋଚନ ଶବରଙ୍କ ଟିମ ଓ ଜୟପାଟଣା ରେଞ୍ଜର କେଶବ ଶବରଙ୍କ ଟିମ ମିଳିତ ଭାବେ ଚଢ଼ାଉ କରିଥିଲେ। ଚଢ଼ାଉରେ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ପଟା ଓ କାଠ ଗଣ୍ଡି ଜବତ ହେବା ସହ ଘାସିରାମ ଦୁର୍ଗାକୁ ଅଟକ ରାଖାଯାଇଛି। ତେବେ ଘଟଣାରେ ସଂପୃକ୍ତ ମୁଖ୍ୟ କାଠ ମାଫିଆ ଘଟଣାସ୍ଥଳରୁ ଫେରାର ହୋଇଥିବା ରେଞ୍ଜର ସୂଚନା ଦେଇଛନ୍ତି।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ
Last Updated : Apr 21, 2020, 8:11 PM IST