ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ନିଅଣ୍ଟିଆ ବର୍ଷା ଯୋଗୁଁ ଚଳିତ ଖରିଫ ଧାନ ଚାଷ ପ୍ରଭାବିତ ହୋଇଛି । ବ୍ଲକର ଅନେକ ଚାଷଜମିରେ ଆଜି ପର୍ଯ୍ୟନ୍ତ ମଧ୍ୟ ରୁଆ ବେଉଷଣ କାର୍ଯ୍ୟ ମଧ୍ୟ ସରିନାହିଁ । ବ୍ଲକରେ ମେଗାଲିଫ୍ଟ କେନାଲ କାର୍ଯ୍ୟକ୍ଷମ ହୋଇଥିଲେ ମଧ୍ୟ କୋକସରା ବ୍ଲକର ଅନେକ ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷଜମିକୁ ପାଣି ମାଡୁନାହିଁ । ଫଳରେ ବ୍ଲକରେ ଖରିଫ ଧାନ ଚାଷ ପ୍ରଭାବିତ ହୋଇଛି। ତେଣୁ ବର୍ତ୍ତମାନ ସ୍ଥିତିକୁ ଦେଖି ବ୍ଲକକୁ ମରୁଡି ପ୍ରଭାବିତ ଘୋଷଣା ଦାବି କରିଛି କୋକସରା ସଚେତନ କୃଷକ ମଞ୍ଚ ।
ମରୁଡି ଘୋଷଣା ଦାବିରେ ସଚେତନ କୃଷକ ମଞ୍ଚର ଶୋଭାଯାତ୍ରା - less rain in kalahandi
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ନିଅଣ୍ଟିଆ ବର୍ଷାରେ ପ୍ରଭାବିତ ହୋଇଛି ଧାନ ଚାଷ । ବ୍ଲକକୁ ମରୁଡି ପ୍ରଭାବିତ ଘୋଷଣା ଦାବିରେ କୋକସରା ସଚେତନ କୃଷକ ମଞ୍ଚ ପକ୍ଷରୁ ଶୋଭାଯାତ୍ରା । ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର । ଅଧିକ ପଢନ୍ତୁ...
ମରୁଡି ଘୋଷଣା ଦାବିରେ ସଚେତନ କୃଷକ ମଞ୍ଚର ଶୋଭାଯାତ୍ରା
ମରୁଡି ଘୋଷଣା ଦାବିରେ ସଚେତନ କୃଷକ ମଞ୍ଚର ଶୋଭାଯାତ୍ରା
ଆଜି କୋକସରା ସଚେତନ କୃଷକ ମଞ୍ଚ ପକ୍ଷରୁ ଏକ ବିଶାଳ ଚାଷୀ ଶୋଭାଯାତ୍ରା କୋକସରା ଜଗନ୍ନାଥ ମନ୍ଦିରରୁ ବାହାରି ତହସିଲଦାରଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲା । ଏହା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛି ସଂଗଠନ ।
କଳାହାଣ୍ଡିରୁ ଅଜିତ କୁମାର ସିଂ,ଇଟିଭି ଭାରତ