ଭବାନୀପାଟଣା: ପୋଲିସ ହାତରେ ଡକାୟତିର ମାଷ୍ଟରମାଇଣ୍ଡ । ଦିନକୁ ଦିନ ଜିଲ୍ଲାରେ ଡକାୟତି ବୃଦ୍ଧି ପାଉଥିବାବେଳେ ଗତକାଲି(ମଙ୍ଗଳବାର) ମାଷ୍ଟରମାଇଣ୍ଡକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଗିରଫ ଅଭିଯୁକ୍ତ ହେଲା ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ଥାନା ଅଞ୍ଚଳର ସୁନୀଲ ନାଗ ଓରଫ ଲାଲା ।
କଳାହାଣ୍ଡି ପୋଲିସ ହାତରେ ଡକାୟତିର ମାଷ୍ଟରମାଇଣ୍ଡ - କଳାହାଣ୍ଡି ପୋଲିସ ହାତରେ ଡକାୟତିର ମାଷ୍ଟର ମାଇଣ୍ଡ
ପୋଲିସ ହାତରେ ଡକାୟତିର ମାଷ୍ଟର ମାଇଣ୍ଡ । ଦିନକୁ ଦିନ ଜିଲ୍ଲାରେ ଡକାୟତି ବୃଦ୍ଧି ପାଉଥିବା ବେଳେ ଗତକାଲି(ମଙ୍ଗଳବାର) ମାଷ୍ଟର ମାଇଣ୍ଡକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଅଧିକ ପଢନ୍ତୁ
ଗତ କିଛି ଦିନ ତଳେ ମଦନପୁର ରାମପୁର ଥାନା ଅନ୍ତର୍ଗତ ରାମୁଡ ଜଙ୍ଗଲ ରାସ୍ତାରେ ବାଇକରେ ଟଙ୍କା ନେଇ ଯାଉଥିବା ଗ୍ରାହକ ସେବାକେନ୍ଦ୍ରର ମାଲିକଙ୍କ ଠାରୁ ୬ଲକ୍ଷ୩୦ହଜାର ଟଙ୍କା ଲୁଟ କରିଥିଲେ । ଏହାସହ ବିଳମ୍ବିତ ରାତିରେ ମୋହନଗିରି ଦେଶୀ ମଦ ଭାଟି ଓ ନର୍ଲାର ଏକ ମଦ ଭାଟିରୁ ଟଙ୍କା ଲୁଟ୍ କରିଥିଲେ । ତେବେ ଏକ କୋଇଲା ବୋଝେଇ ଟ୍ରକ ଚାଳକଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଲୁଟ ଘଟଣାରେ ଗତକାଲି(ମଙ୍ଗଳବାର) ପୋଲିସ ମାଷ୍ଟର ମାଇଣ୍ଡକୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତଙ୍କ ଠାରୁ ଗୋଟିଏ ବାଇକ ନଗଦ ଟଙ୍କା ପର୍ସ ଛୁରୀ ଚୋରା ମୋବାଇଲ ଜବତ କରାଯାଇଥିବା ବେଳେ ଏହି ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନଙ୍କୁ ମଧ୍ୟ ଯଥାଶୀଘ୍ର ଗିରଫ କରାଯିବା ବୋଲି ପୋଲିସ ସୂଚନା ଦେଇଛି।
ଇଟିଭି ଭାରତ, କଳାହାଣ୍ଡି