ଭବାନୀପାଟଣା:ଜିଲ୍ଲାର ଜୟପାଟଣା ବ୍ଲକ ପିପାଲଗୁଡା ଗାଁରେ ବିଦ୍ୟୁତ ସେବା (Electric Problem )ରୁ ବଞ୍ଚିତ ଗ୍ରାମବାସୀ । ୫ବର୍ଷ ହେଲା ବିଦ୍ୟୁତ ଖୁଣ୍ଟ ପୋତାଯାଇଥିଲେ ମଧ୍ୟ ବିଦ୍ୟୁତ ସଂଯୋଗ ହୋଇପାରୁନି । ଫଳରେ ବିଦ୍ୟୁତ ସେବାରୁ ବଞ୍ଚିତ ହୋଇ ଆନ୍ଦୋଳନକୁ ଓହ୍ଲାଇ ରାସ୍ତା ଅବରୋଧ (Roadblocks For Electric Problem) କଲେ ଗ୍ରାମବାସୀ । ଏନେଇ ବାରମ୍ବାର ସରକାରୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି ନିର୍ବାଚିତ ପ୍ରତିନିଧିଙ୍କୁ ଅଭିଯୋଗ କଲେ ମଧ୍ୟ କେବଳ ମିଛ ପ୍ରିତଶୃତି ହିଁ ମିଳିଛି । ଏଥିରେ ଅତିଷ୍ଠ ହୋଇ ଶେଷରେ ଆନ୍ଦୋଳନର ପନ୍ଥା ଆପଣାଇଛନ୍ତି ଗ୍ରାମବାସୀ ।
ବିଦ୍ୟୁତ ସେବାରୁ ବଞ୍ଚିତ ହୋଇ ରାସ୍ତା ଅବରୋଧ କଲେ ପିପାଲଗୁଡା ଗ୍ରାମବାସୀ - ପିପାଲଗୁଡା ବିଦ୍ୟୁତ ସମସ୍ୟା
ବିଦ୍ୟୁତ ସେବାରୁ ବଞ୍ଚିତ ହୋଇ ରାସ୍ତା ଅବରୋଧ (Roadblocks For Electric Problem) କଲେ ଜୟପାଟଣା ବ୍ଲକ ପିପିଲଗୁଡା ଗ୍ରାମବାସୀ । ୫ବର୍ଷ ହେଲା ବିଦ୍ୟୁତ ଖୁଣ୍ଟ ପୋତାଯାଇଥିଲେ ମଧ୍ୟ ବିଦ୍ୟୁତ ସଂଯୋଗ ହୋଇପାରୁନି । ଅଧିକ ପଢନ୍ତୁ
ବିଦ୍ୟୁତ ସେବାରୁ ବଞ୍ଚିତ ହୋଇ ରାସ୍ତା ଅବରୋଧ କଲେ ପିପିଲଗୁଡା ଗ୍ରାମବାସୀ
ବିଦ୍ୟୁତ ସେବାରୁ ବଞ୍ଚିତ ହୋଇ ରାସ୍ତା ଅବରୋଧ କଲେ ପିପିଲଗୁଡା ଗ୍ରାମବାସୀ
ବିଦ୍ୟୁତ ସଂଯୋଗୀକରଣ ଦାବିରେ ଆଜି ସକାଳୁ ଜୟପାଟଣା ଭବାନୀପାଟଣା ରାଜ୍ୟ ରାଜପଥ ପିପାଲଗୁଡା ନିକଟରେ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ । ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଯାନବାହନ ଅଟକି ରହିଥିବାବେଳେ ଯାତାୟତ ବାଧାପ୍ରାପ୍ତ ହୋଇଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ