ଓଡିଶା

odisha

By

Published : Aug 29, 2021, 8:30 AM IST

ETV Bharat / state

ବିକାଶର ଅସଲ ଚିତ୍ର: ରାସ୍ତା ନଥିବାରୁ ୭ କିଲୋମିଟର ବୁହା ହେଲେ ରୋଗୀ

ଗାଁକୁ ରାସ୍ତାନଥିବାରୁ ଆସିପାରିଲା ନାହିଁ ଆମ୍ବୁଲାନ୍ସ । ଖଟିଆରେ ୭ କିଲୋମିଟର ବୁହା ହେଲେ ରୋଗୀ । ଅଧିକ ପଢନ୍ତୁ ...

ବିକାଶର ବାସ୍ତବ ଚିତ୍ର, ରାସ୍ତାନଥିବାରୁ  ୭ କିଲୋମିଟର ଖଟିଆରେ ବୁହା ହେଲେ ରୋଗୀ
ବିକାଶର ବାସ୍ତବ ଚିତ୍ର, ରାସ୍ତାନଥିବାରୁ ୭ କିଲୋମିଟର ଖଟିଆରେ ବୁହା ହେଲେ ରୋଗୀ

ଭବାନୀପାଟଣା:ବିକାଶର ବାସ୍ତବ ଚିତ୍ର । ଗାଁକୁ ରାସ୍ତାନଥିବାରୁ ଆସିପାରିଲା ନାହିଁ ଆମ୍ବୁଲାନ୍ସ । ଫଳରେ ଖଟିଆରେ ୭ କିଲୋମିଟର ବୁହା ହେଲେ ରୋଗୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ମଦନପୁର ରାମପୁର ଅଞ୍ଚଳରେ । ବ୍ଳକର ଲୁବେନଗଡ ପଞ୍ଚାୟତ ଅନ୍ତର୍ଗତ ଟୁଡାପଡା ଗ୍ରାମର ମିନତି ମାଝୀଙ୍କୁ ଜ୍ବର ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ତେବେ ଆମ୍ବୁଲାନ୍ସଟି ଆସିବା ସମୟରେ ଗାଁକୁ ରାସ୍ତାନଥିବାରୁ ଅଧାବାଟରେ ଅଟକି ଯାଇଥିଲା । ଶେଷରେ କୌଣସି ଉପାୟ ନ ପାଇ ପରିବାର ଓ ଗ୍ରାମବାସୀ ମିନନ୍ତି ମାଝୀଙ୍କୁ ଖଟିଆରେ ବୋହି ୭ କିଲୋମିଟର କାଉପଦର ଗାଁକୁ ଆଣିବା ପରେ ଆମ୍ବୁଲାନ୍ସ ଯୋଗେ ମଦନପୁର ରାମପୁର ଡାକ୍ତରଖାନାରେ ରୋଗୀଙ୍କୁ ଭର୍ତ୍ତି କରିଥିଲେ ।

ବିକାଶର ବାସ୍ତବ ଚିତ୍ର, ରାସ୍ତାନଥିବାରୁ ୭ କିଲୋମିଟର ଖଟିଆରେ ବୁହା ହେଲେ ରୋଗୀ

ତେବେ ଏ ସମସ୍ୟା ଆଜିର ନୁହଁ ବର୍ଷ ବର୍ଷ ଧରି ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ଗାଁକୁ ରାସ୍ତା ନଥିବା ନେଇ ଅନେକ ଥର ଗ୍ରାମବାସୀ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବାରୁ ଆଜିବି ପକ୍କା ରାସ୍ତା ଗାଁ ପାଇଁ ସ୍ବପ୍ନ ପାଲଟିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details