ଭବାନୀପାଟଣା: ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ କରିବା ଲାଗି ମାଳ ମାଳ ଯୋଜନା ହୋଇଛି । ଏଥିପାଇଁ ପାଣି ଭଳି ବୋହିଛି କୋଟି କୋଟି ଟଙ୍କା । ହେଲେ ଆଜି ବି ଅନେକ ଅଞ୍ଚଳରେ ଅପହଞ୍ଚ ହୋଇରହିଛି ସରକାରଙ୍କ ତମାମ୍ ଯୋଜନା । ଏବେ ବି ଅନେକ ସ୍ଥାନରେ ଲୋକଙ୍କ ପାଇଁ ପକ୍କା ରାସ୍ତାଟିଏ ପାଲଟିଛି ସାତ ସ୍ବପ୍ନ । ପକ୍କା ରାସ୍ତାଟିଏ ନ ଥିବାରୁ ମୃତ୍ୟୁମୁଖରେ ପଡୁଛନ୍ତି ଲୋକେ । କଳାହାଣ୍ଡି ଜିଲ୍ଲାରୁ ସାମ୍ନାକୁ ଆସିଛି ସେଭଳି କିଛି ଘଟଣା । ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ମାଡିଙ୍ଗପଦର ଠାରୁ ଦେପୁରକୁ ସଂଯୋଗ କରୁଥିବା ରାସ୍ତା ଏବେ ଲୋକଙ୍କ ପାଇଁ ମରଣ ଯନ୍ତା ପାଲଟିଛି ।
ମାଡିଙ୍ଗପଦରରୁ ଦେପୁରକୁ ସଂଯୋଗ କରୁଥିବା ଏହି ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଛି । ତଥାପି ପ୍ରତ୍ୟେକ ଦିନ ଏହା ଉପରେ ଶହ ଶହ ଭାରି ଯାନ ଯାତୟତ କରୁଛି । ଯଦ୍ବାରା ବ୍ୟାପକ ମାତ୍ରାରେ ଧୂଳି ଗୁଣ୍ଡ ଉଡି ପ୍ରଦୂଷଣ ବଢାଉଛି । ପ୍ରଦୂଷଣ ଯୋଗୁଁ ଏହି ରାସ୍ତାରେ ଦୁର୍ଘଟଣା ବୃଦ୍ଧି ପାଇବା ସହ ସ୍ଥାନୀୟ ଲୋକେ ରୋଗାଗ୍ରାନ୍ତ ହେଉଥିବାର ମଧ୍ୟ ଅଭିଯୋଗ ହୋଇଛି ।