ଓଡିଶା

odisha

ETV Bharat / state

ବଦଳୁନି କଳାହାଣ୍ଡିର ଛବି, ପୁଣି ଭାରରେ ବୁହା ହେଲା ମୃତଦେହ - dead body carried on bed

ପୁଣି ଭାରରେ ବୁହା ହେଲା ମୃତଦେହ । ରାସ୍ତା ନଥିବାରୁ 8 କିମିର ପାହାଡିଆ ରାସ୍ତାରେ ମୃତଦେହକୁ ଖଟିଆରେ ବୋହିଲେ ପରିବାର ଲୋକେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

By

Published : Aug 27, 2019, 8:33 PM IST

କଳାହାଣ୍ଡି: ବଦଳୁନି କଳାହାଣ୍ଡିବାସୀଙ୍କ ଜୀବନ ଶୈଳୀ । ଆଜି ପୁଣି ଥରେ ଖଟିଆରେ ବୁହା ହେଲା ମୃତଦେହ । ଜିଲ୍ଲା ମଦନପୁର ରାମପୁର ବ୍ଲକର ବାଗବିଲା ଗାଁ ଦେଖିବାକୁ ମିଳିଥିଲା ଏଭଳି ଘଟଣା । ଗାଁକୁ ରାସ୍ତା ନଥିବାରୁ ଅଧ ବାଟରେ ଅଟକି ରହିଲା ଆମ୍ବୁଲାନ୍ସ । ଫଳରେ ବାଧ୍ୟ ହୋଇ ପାହାଡି ରାସ୍ତାରେ ମୃତ ଦେହକୁ ଖଟିଆରେ କାନ୍ଧେଇ 8 କିମି ଚାଲିଲେ ପରିଜନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ସୂଚନାଯୋଗ୍ୟ, ଉକ୍ତ ଗାଁର ଜମୁନ୍ତି ମାଝୀ ଚାଷଜମିକୁ ଯିବା ସମୟରେ ହଠାତ ଖସି ପଡି ଆହତ ହୋଇଥିଲେ । ଏହାପରେ ବଲାଙ୍ଗୀର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ପରିବାର ଲୋକେ । କିନ୍ତୁ ଆଜି ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର । ଏହା ପରେ ଆମ୍ବୁଲାନ୍ସ ଯୋଗେ ମୃତ ଦେହକୁ ଗାଁକୁ ଅଣାଯାଇଥିବା ବେଳେ ରାସ୍ତା ନଥିବାରୁ ବଡେନସରା ଗାଁରୁ ଫେରିଯାଇଥିଲା ଗାଡି । ତେବେ ବଡେନସରାରୁ ବାଗବିଲା ଗାଁକୁ ପ୍ରାୟ 8 କିମିର ପାହିଡିଆ ରାସ୍ତାରେ ବାଧ୍ୟ ହୋଇ ଖଟିଆରେ ମର ଶରୀରକୁ ବୋହିଥିଲେ ପରିବାର ଲୋକେ ।

କେବେ ଗାଁ ସହ ଯୋଡି ହେବ ସହର । ଆଉ କେତେ ଥର ରୋଗୀ, ଗର୍ଭବତୀ ଓ ମୃତଦେହକୁ ବୁହା ହେଲେ ଚେତା ପଶିବ ସରକାରଙ୍କର । ଏଭଳି ଘଟଣା ଥରେ ଅଧେ ନୁହେଁ ବାରମ୍ବାର ଘଟିଲା ପରେ ମଧ୍ୟ ନିରଦ୍ରଷ୍ଟା ସାଜିଛି ପ୍ରଶାସନ ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details