ଓଡିଶା

odisha

ETV Bharat / state

ଶୁଣିଲାନି ପ୍ରଶାସନ, ପାଣି ପାଇଁ ଗ୍ରାମବାସୀଙ୍କ ରାସ୍ତାରୋକ - pure water supply demand

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଡଙ୍ଗରିଗୁଡାଠା ଅଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଦାବି କରି ଗ୍ରାମବାସୀଙ୍କ ରାସ୍ତାରୋକ । ଅଧିକ ପଢନ୍ତୁ...

ଶୁଣିଲାନି ପ୍ରଶାସନ, ପାଣି ପାଇଁ ରାସ୍ତାରୋକ କଲେ ଗ୍ରାମବାସୀ
ଶୁଣିଲାନି ପ୍ରଶାସନ, ପାଣି ପାଇଁ ରାସ୍ତାରୋକ କଲେ ଗ୍ରାମବାସୀ

By

Published : Feb 12, 2021, 5:33 PM IST

ଭବାନୀପାଟଣା:ଗ୍ରୀଷ୍ମ ଋତୁ ଆରମ୍ଭରୁ ଗ୍ରାମାଞ୍ଚଳରେ ଉତ୍କଟ ହେଉଛି ପାଣି ସମସ୍ୟା l ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଦାବିରେ ରାସ୍ତାରୋକ କଲେ ଗ୍ରାମବାସୀ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଡଙ୍ଗରିଗୁଡାଠା ଅଞ୍ଚଳରୁ ଏହି ଘଟଣା ସାମ୍ନାକୁ ଆସିଛି । ଗ୍ରାମବାସୀମାନେ ଗୋଲାମୁଣ୍ଡା ବୋଙ୍ଗୋ ମୁଣ୍ଡା ରାସ୍ତା ଅବରୋଧ କରିଛନ୍ତି । ଯାହାଦ୍ବାରା ଏଠାରେ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ।

ଶୁଣିଲାନି ପ୍ରଶାସନ, ପାଣି ପାଇଁ ରାସ୍ତାରୋକ କଲେ ଗ୍ରାମବାସୀ

ଗାଁରେ ଥିବା ସୌର ଜଳ ଯୋଗାଣ ପ୍ରକଳ୍ପ ଓ ନଳକୂପରୁ ବାହାରୁଥିବା ଫ୍ଲୋରାଇଡ୍ ଯୁକ୍ତ ପାଣି ପିଇ ଲୋକେ ବିଭିନ୍ନ ସମୟରେ କିଡଡୀ ଜନିତ ରୋଗରେ ଆକ୍ରାନ୍ତା ହେଉଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ସ୍ଥାନୀୟ ବାସିନ୍ଦା ପ୍ରଶାସନକୁ ଜଣାଇ ନିରାଶ ହେବା ପରେ ଶେଷରେ ବାଧ୍ୟ ହୋଇ ରାସ୍ତା ଅବରୋଧ କରିଛନ୍ତି । ସେପଟେ ବର୍ତ୍ତମାନ ସୁଦ୍ଧା ଆନ୍ଦୋଳନସ୍ଥଳରେ କୌଣସି ଅଧିକାରୀ ପହଞ୍ଚି ନଥିବା ଜଣାପଡିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ABOUT THE AUTHOR

...view details