କଳାହାଣ୍ଡି: ଜିଲ୍ଲାର କେସିଙ୍ଗା ଥାନା କନ୍ତେଶି ନିକଟ 26 ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣାରେ ଅଜଣା ଗାଡ଼ି ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ନାମ ନୀଳାମ୍ବର ବିଶି ।
ଦୁର୍ଘଟଣାରେ 1 ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ - କଳାହାଣ୍ଡି
କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଥାନା କନ୍ତେଶି ନିକଟ 26 ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣାରେ ଅଜଣା ଗାଡ଼ି ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି
ଦୁର୍ଘଟଣାରେ 1 ମୃତ, ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ
ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିକରି ରାଜପଥ ଅବରୋଧ କରିଛନ୍ତି । ଫଳରେ ଜାତୀୟ ରାଜପଥର ଦୁଇ ପାର୍ଶ୍ବରେ ଅନେକ ଗାଡି ଅଟକି ରହିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଲୋକେ ନିଜ ଜିଦରେ ଅଟଳ ରହିଛନ୍ତି ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ
Last Updated : Jun 28, 2019, 2:55 PM IST