ଓଡିଶା

odisha

ETV Bharat / state

ପୃଥକ୍‌ ପୃଥକ ଦୁର୍ଘଟଣାରେ ଆଖି ବୁଜିଲେ 2 ଜଣ

ଗୁରୁବାର କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଘଟଣ ଘଟି ଚାଲିଗଲା 2 ଜଣଙ୍କ ଜୀବନ। ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ 7 ବର୍ଷର ଝିଅ ମଧ୍ୟ ଗୁରୁତର ହୋଇଥିବା ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

severe road accident in kalahandi
ସଡ଼କ ଦୁର୍ଘଟଣାରେ ଚାଲିଗଲା 2 ଜୀବନ

By

Published : Feb 18, 2022, 8:47 AM IST

ଭବାନୀପାଟଣା: ଗୁରୁବାର କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଘଟଣ ଘଟି ଚାଲିଗଲା 2ଜଣଙ୍କ ଜୀବନ। ସୂଚନା ଅନୁଯାୟୀ ଭବାନୀପାଟଣା ସହର ବାଲାଜୀ ମନ୍ଦିର ନିକଟରେ ଟ୍ରକ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ଏହି ଦୁର୍ଘଟଣାରେ 7ବର୍ଷର ଝିଅ ଗୁରୁତର ହୋଇଥିବା ଜଣାପଡ଼ିଛି।

ସଡ଼କ ଦୁର୍ଘଟଣାରେ ଚାଲିଗଲା 2 ଜୀବନ

କଳାହାଣ୍ଡି ଜିଲ୍ଲା ବାଲାଜୀ ମନ୍ଦିର ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଉକ୍ତ ମହିଳା ଜଣକ ନିଜ 7ବର୍ଷର କୁନି ଝିଅକୁ ନେଇ ନକଟିଗୁଡାରୁ ନିଜ ଘର ବାହାଦୁର ବଗିଚା ପଡାକୁ ସ୍କୁଟିରେ ଫେରୁଥିବା ବେଳେ ଟ୍ରକଟି ମହିଳାଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ କୁନି ଝିଅଟିର ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି ।

ଗୁରୁତର ଅବସ୍ଥାରେ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି । ତେବେ ମୃତ ମହିଳା ଜଣକ ବାହାଦୁରବଗିଚା ପଡାର ଜୟଶ୍ରୀ ଦୀପ ବୋଲି ଜଣାପଡିଛି । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଅନ୍ୟପଟେ କ୍ଷତିପୂରଣ ଦାବିରେ ଘଟଣା ସ୍ଥଳରେ ଦୀର୍ଘ ୩ ଘଣ୍ଟା ଧରି ଉତ୍ତେଜନା ଲାଗି ରହିଥିଲା।

ସେହିପରି କଲମପୁର ଥୁଆମୂଳ ରାମପୁର ସିଙ୍ଗାରି ଘାଟିରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ କଲମପୁର ବ୍ଲକ ଅନ୍ତର୍ଗତ ସାଗବାରୀ ଗାଁର ଶ୍ୟାମସୁନ୍ଦର କେତକୀ ବାଇକ ଯୋଗେ ସିଙ୍ଗାରି ଘାଟି ଦେଇ ଥୁଆମୂଳ ରାମପୁରକୁ ଯାଉଥିଲେ। ସେହି ସମୟରେ ଘାଟିରେ ବାଇକଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା।

ତେବେ ଶ୍ୟାମସୁନ୍ଦରଙ୍କୁ ଗୁରୁତର ଅବସ୍ଥାରେ ଥୁଆମୂଳ ରାମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କଳାହାଣ୍ଡି ପୋଲିସ ଉଭୟ ଘଟଣାକୁ ନେଇ ପୃଥକ ପୃଥକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ପୋଲିସ ପ୍ରକାଶ କରିଛି।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details