ଓଡିଶା

odisha

Road Accident: ଅଳ୍ପକେ ବର୍ତ୍ତିଲେ ବର କନିଆଁ, ଡ୍ରାଇଭର ମୃତ

By

Published : Dec 30, 2021, 10:16 AM IST

Updated : Dec 30, 2021, 10:53 AM IST

କଳାହାଣ୍ଡି କୋକସରାରେ ବାହାଘର ସାରି ଫେରୁଥିବାବେଳେ ବୋଲେରୋକୁ ପିଟିଲା ଟ୍ରକ । ଅଳ୍ପକେ ବର୍ତ୍ତିଲେ ବର କନିଆଁ । ତେବେ ଦୁର୍ଘଟଣାରେ ବୋଲେରୋ ଭାଙ୍ଗି ଚୁରମାର ହୋଇଯାଇଥିବାବେଳେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

Road Accident: ଅଳ୍ପକେ ବର୍ତ୍ତିଲେ ବର କନିଆଁ, ଡ୍ରାଇଭର ମୃତ
Road Accident: ଅଳ୍ପକେ ବର୍ତ୍ତିଲେ ବର କନିଆଁ, ଡ୍ରାଇଭର ମୃତ

ଭବାନୀପାଟଣା: ବାହାଘର ସାରି ଫେରୁଥିବାବେଳେ ବୋଲେରୋକୁ ପିଟିଲା ଟ୍ରକ । ଅଳ୍ପକେ ବର୍ତ୍ତିଲେ ବର କନିଆଁ । ତେବେ ଦୁର୍ଘଟଣାରେ ବୋଲେରୋ ଭାଙ୍ଗି ଚୁରମାର ହୋଇଯାଇଥିବାବେଳେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଘଟଣା ଘଟିଛି କଳାହାଣ୍ଡି କୋକସରା ଆମପାଣି ଅଞ୍ଚଳ ବିଜୁ ଏକ୍ସପ୍ରେସ ୱେ ରାସ୍ତା ଭୁର୍ଷାଗୁଡା ନିକଟରେ ।

Road Accident: ଅଳ୍ପକେ ବର୍ତ୍ତିଲେ ବର କନିଆଁ, ଡ୍ରାଇଭର ମୃତ

ସୂଚନା ଅନୁଯାୟୀ ଗତକାଲି(ବୁଧବାର) ବିଳମ୍ବିତ ରାତିରେ ମଇଦଲପୁରରୁ ବାହାଘର ସାରି ନିଜ ଗାଁ ଛତିଶଗଡ଼ ଦେଭୋଗ ଥାନା ସର୍ଗିଗୁଡାକୁ ବର କନିଆଁ ଫେରୁଥିବାବେଳେ ବୋଲେରୋ ଗାଡିକୁ ସାମ୍ନାରୁ ଧକ୍କା ଦେଇଥିଲା ଟ୍ରକ । ଫଳରେ ବୋଲେରୋରେ ଥିବା ବର କନିଆଁ ସମେତ ୬ ଜଣ ଗୁରୁତର ହୋଇଥିବାବେଳେ ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ତେବେ ଗୁରୁତରଙ୍କୁ ଧର୍ମଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତ ଡ୍ରାଇଭର ଜଣକ ହେଲେ ଛତିଶଗଡ଼ ଉର୍ମାଲ ଗାଁର ରୁକ୍ମଣ ସାହୁ। ଘଟଣାସ୍ଥଳରେ ଆମପାଣି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

Last Updated : Dec 30, 2021, 10:53 AM IST

ABOUT THE AUTHOR

...view details