ଓଡିଶା

odisha

ETV Bharat / state

ନର୍ଲା ନିର୍ବାଚନମଣ୍ଡଳୀରେ ସମୀକ୍ଷା ବୈଠକ - ଆବାସ ଯୋଜନା

କଳାହାଣ୍ଡି ଜିଲ୍ଲାର ନର୍ଲାନିର୍ବାଚନମଣ୍ଡଳୀ ସମ୍ପର୍କିତ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ନର୍ଲା ନିର୍ବାଚନ ମଣ୍ଡଳୀରେ ସମୀକ୍ଷା ବୈଠକ

By

Published : Nov 8, 2019, 5:56 AM IST

Updated : Nov 9, 2019, 10:46 AM IST

କଳାହାଣ୍ଡି: ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀସ୍ତରୀୟ ସମୀକ୍ଷା ବୈଠକ ହେବାକୁ ଥିବା ବେଳେ ପ୍ରଥମେ ନର୍ଲା ନିର୍ବାଚନ ମଣ୍ଡଳୀର ଗୁରୁବାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି।

ଏହି ନିର୍ବାଚନ ମଣ୍ଡଳୀ ବୈଠକରେ ବିଭିନ୍ନ ପ୍ରକାର ସମସ୍ୟାର ସମାଧାନ କିପରି ହେବ ସେଥିପାଇଁ ସମୀକ୍ଷା ହୋଇଛି । ଏହା ସହିତ ଆବାସ ଯୋଜନା, ବନ୍ୟା କ୍ଷତିଗ୍ରସ୍ତ, ରାସ୍ତା ଭଳି ମୁଖ୍ୟ ସମସ୍ୟା ସହିତ ଅନେକ ବିଭାଗ ଅଧିକାରୀଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କରାଯାଇଛି ।

ନର୍ଲା ନିର୍ବାଚନମଣ୍ଡଳୀର ସମୀକ୍ଷା ବୈଠକ

ଆଗାମୀ ତିନି ମାସ ପରେ ହେବାକୁ ଥିବା ସମୀକ୍ଷା ବୈଠକରେ ପ୍ରାକ୍‌ ଆଲୋଚନାର କାର୍ଯ୍ୟକାରିତାର ସମୀକ୍ଷା ସହ ବିକାଶ ମୂଳକ କାର୍ଯ୍ୟ ଖସଡା ପ୍ରସ୍ତୁତ ହେବାନେଇ ସୂଚନା ଦେଇଛନ୍ତି ନର୍ଲା ବିଧାୟକ।

କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ

Last Updated : Nov 9, 2019, 10:46 AM IST

ABOUT THE AUTHOR

...view details