ଭବାନୀପାଟଣା : ଏଣିକି ସରକାରୀ ସ୍କୁଲରେ ପାଠ ପଢିଥିବା ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଂଜିନିୟରିଂ ପାଠ୍ୟକ୍ରମରେ ସଂରକ୍ଷଣ ବ୍ୟବସ୍ଥା ନେଇ ଖୁସିର ଲହରୀ ଖେଳିଯାଇଛି । ଗ୍ରାମାଞ୍ଚଳରେ ପ୍ରତିଭାଧାରୀଙ୍କୁ ଏହି ପାଠ୍ୟକ୍ରମ ପ୍ରତି ଆଗ୍ରହ ବୃଦ୍ଧି ଲକ୍ଷ୍ୟ ନେଇ ଏହି ସଂକଳ୍ପ କ୍ୟାବିନେଟରେ ପାରିତ ହୋଇଛି। ଏନେଇ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ। ଏଥିରେ ଶିକ୍ଷାବିତ ରହିବେ । ୩ ମାସ ମଧ୍ୟରେ କମିଟି ରିପୋର୍ଟ ଦେବ।
ମେଡିକାଲ ଓ ଇଂଜିନିୟରିଂ ପାଠ୍ୟକ୍ରମରେ ସଂରକ୍ଷଣ ବ୍ୟବସ୍ଥା: କଳାହାଣ୍ତିରେ ଖୁସିର ଲହରୀ - ପାଠ୍ୟକ୍ରମରେ ସଂରକ୍ଷଣ ବ୍ୟବସ୍ଥା
ମେଡିକାଲ ଓ ଇଂଜିନିୟରିଂ ପାଠ୍ୟକ୍ରମରେ ସଂରକ୍ଷଣ ବ୍ୟବସ୍ଥା । କଳାହାଣ୍ତିବାସୀଙ୍କ ମଧ୍ୟରେ ଖୁସିର ଲହରୀ । ବ୍ରଜ ମୋହନ ସ୍କୁଲ ପରିସରରେ ଏକ ଧନ୍ୟବାଦ ଅର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ । ଅଧିକ ପଢନ୍ତୁ...
ମେଡିକାଲ ଓ ଇଂଜିନିୟରିଂ ପାଠ୍ୟକ୍ରମରେ ସଂରକ୍ଷଣ ବ୍ୟବସ୍ଥା : କଳାହାଣ୍ତିରେ ଖୁସୀର ଲହରୀ
ଏନେଇ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ବ୍ରଜ ମୋହନ ସ୍କୁଲ ପରିସରରେ ଏକ ଧନ୍ୟବାଦ ଅର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ ଶିକ୍ଷାର ପ୍ରଗତି ଉପରେ ଦୃଷ୍ଟିପାତ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
କଳାହାଣ୍ତିରୁ ଅଜିତ ସିଂ, ଇଟିଭି ଭାରତ