ଭବାନୀପାଟଣା: ରୋଗୀକୁ ମାଡ଼ ମାରିଲେ ଡାକ୍ତର । ରୋଗୀଙ୍କୁ ଦୁର୍ବ୍ୟବହାର କରି ଡାକ୍ତର ମାଡ଼ ମାରିଥିବା ଅଭିଯୋଗ । ସରକାରୀ ଡାକ୍ତର ମେଡିକାଲ ପରିସରରେ ଜଣେ ମହିଳା ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ପାଇଁ ଆସିଥିବା ବେଳେ ଡାକ୍ତର ମାଡ଼ ମାରିଥିବା ଅଭିଯୋଗ ହୋଇଛି । କାର୍ଯ୍ୟାନୁଷ୍ଠାନ ଦାବିରେ ରୋଗୀଙ୍କ ସମ୍ପର୍କୀୟ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାସ୍ତା ଅବରୋଧ କରିଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲାର ଜନୈକା ମହିଳା ରବିବାର ପରିବାର ନିୟୋଜନ ଅସ୍ତ୍ରୋପଚାର ପାଇଁ ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ଆସିଥିଲେ । ଏହି ସମୟରେ ଡାକ୍ତର ସଦାନନ୍ଦ ପାଣିଗ୍ରାହୀ ସଂପୃକ୍ତ ମହିଳା ଜଣଙ୍କ ସହ ଯୁକ୍ତି ତର୍କ କରିବା ସହ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି ।