କଳାହାଣ୍ଡି: ଜିଲ୍ଲା ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ରୋଗୀଙ୍କ ସମ୍ପର୍କୀୟ ଡାକ୍ତରଖାନାରେ ଭଙ୍ଗାରୁଜା ସହ ଷ୍ଟାଫଙ୍କୁ ଦୂର୍ବ୍ୟବହାର କରିଛନ୍ତି । ଏନେଇ ମେଡିକାଲର ଷ୍ଟାଫ ନର୍ସ ଅଭିଯୋଗ କରିବା ସହ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କହିଛନ୍ତି ।
ଭିଡିଓ ଉତ୍ତୋଳନକୁ ନେଇ ହସ୍ପିଟାଲରେ ରୋଗୀ ସମ୍ପର୍କୀୟଙ୍କ ଉନ୍ମତ୍ତ କାଣ୍ଡ - କଳାହାଣ୍ଡି ଧର୍ମଗଡ ଚିକିତ୍ସାଳୟରେ ଭଙ୍ଗାରୁଜା
କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ରୋଗୀଙ୍କ ସମ୍ପର୍କୀୟ ଡାକ୍ତରଖାନାରେ ଭଙ୍ଗାରୁଜା ସହ ଷ୍ଟାଫଙ୍କୁ ଦୂର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।

ଡିଜାଇନ ଫଟୋ
ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି
ସୂଚନାନୁଯାୟୀ, ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ଜଣେ ରୋଗୀଙ୍କୁ ଇଞ୍ଜେକସନ ଦେବା ସମୟରେ ତାଙ୍କ ସମ୍ପର୍କୀୟ ଏହାର ଏକ ଭିଡିଓ ଉତ୍ତୋଳନ କରିବାକୁ ଚେଷ୍ଟା କରିଥିଲେ । ଏଥିରେ ଡାକ୍ତରଖାନା ଷ୍ଟାଫ ବାରଣ କରିବାରୁ ରୋଗୀଙ୍କ ସମ୍ପର୍କୀୟମାନେ ଡାକ୍ତରଖାନାରେ ଭଙ୍ଗାରୁଜା କରିବା ଆରମ୍ଭ କରିଥିଲେ । ଏହାସହ ଉପସ୍ଥିତ ଷ୍ଟାଫ ନର୍ସଙ୍କୁ ଦୂର୍ବବ୍ୟହାର ମଧ୍ୟ କରିଥିଲେ । ତେବେ ଘଟଣାସ୍ଥଳରେ ଧର୍ମଗଡ ପୋଲିସ ପହଞ୍ଚି ସମସ୍ତ ଦୂର୍ବୃ୍ତ୍ତଙ୍କୁ ଥାନାକୁ ନେଇ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।
କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ