ଭବାନୀପାଟଣା: ଜାଲ ସାର୍ଟିଫିକେଟ ଦେଇ ନିଯୁକ୍ତି ଘଟଣା । ଯୋଗାଣ ସହାୟକଙ୍କୁ ଗିରଫ କଲା ପୋଲିସ। କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ପଥର୍ଲା ପଞ୍ଚାୟତର ଯୋଗାଣ ସହାୟକ, ଜାଲ ସାର୍ଟିଫିକେଟ ଦେଇ ନିଯୁକ୍ତି ପାଇଥିବା ନେଇ ବ୍ଲକ ପ୍ରଶାସନ ଓ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା। ଏବଂ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଥିଲା ଉଭୟ ପୋଲିସ ଓ ବ୍ଲକ ପ୍ରଶାସନ।
ଜାଲ ସାର୍ଟିଫିକେଟ ଦେଇ ନିଯୁକ୍ତି ଘଟଣା, ଯୋଗାଣ ସହାୟକ ଗିରଫ - ଜାଲ ସାର୍ଟିଫିକେଟ
କେସିଙ୍ଗା ବ୍ଲକ ଅନ୍ତର୍ଗତ ପଥର୍ଲା ପଞ୍ଚାୟତର ଯୋଗାଣ ସହାୟକ, ଜାଲ ସାର୍ଟିଫିକେଟ ଦେଇ ନିଯୁକ୍ତି ପାଇଥିବା ନେଇ ବ୍ଲକ ପ୍ରଶାସନ ଓ ପୋଲିସ ନିକଟରେ ଅଭିଯୋଗ ପରେ ତାଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...
ଜାଲ ସାର୍ଟିଫିକେଟ ଦେଇ ନିଯୁକ୍ତି ଘଟଣା, ଯୋଗାଣ ସହାୟକଙ୍କୁ ଗିରଫ କଲା ପୋଲିସ
ସୂଚନାମୁତାବକ, ଯୋଗାଣ ସହାୟକ ନିଯୁକ୍ତି ପାଇଥିବା ବହାଦୁରପଦର ବାପୁଜୀ ଭାଟି ଯୁକ୍ତ ୨ ଏବଂ ଯୁକ୍ତ ୩ ର ଜାଲ ସାର୍ଟିଫିକେଟ ଦେଇଥିବା ନେଇ ପୋଲିସ ଜାଣିବାକୁ ପାଇଥିଲା । ତେବେ କୌଣସି ମତେ ଯୋଗାଣ ସହାୟକ ଏହି ଖବର ପାଇ ପୂର୍ବରୁ ସରପଞ୍ଚଙ୍କ ନିକଟରେ ଇସ୍ତଫା ପତ୍ର ଦାଖଲ କରିବାକୁ ଯାଇଥିବା ବେଳେ ସେଠାରୁ ପୋଲିସ ଯୋଗାଣ ସହାୟକ ବାପୁଜୀ ଭାଟିଙ୍କୁ ଗିରଫ କରିଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ