ଓଡିଶା

odisha

ETV Bharat / state

କଳାହାଣ୍ଡିରେ କର୍ଫ୍ୟୁ, ମାନୁଛନ୍ତି ଲୋକେ - curfew reality check in kalahandi

କଳାହାଣ୍ଡି ଜିଲ୍ଲା ଅରେଞ୍ଜ ଜୋନରେ ଥିବାବେଳେ କଟକଣାରେ କେତେକ କୋହଳ କରାଯାଇଛି। ସେପଟେ ସନ୍ଧ୍ୟା 7ଟାରୁ ସକାଳ 7ଟା ପର୍ଯ୍ୟନ୍ତ ଜିଲ୍ଲାରେ କର୍ଫ୍ୟୁ ଜାରି କରିଛି ପ୍ରଶାସନ। ଯାହାକୁ କଳାହାଣ୍ଡିବାସୀ ମାନୁଥିବା ଦେଖିବାକୁ ମିଳିଛି। ଅଧିକ ପଢନ୍ତୁ...

reality check of curfew in kalahandi
କଳାହାଣ୍ଡିରେ କର୍ଫ୍ୟୁ, ମାନୁଛନ୍ତି ଲୋକେ

By

Published : May 9, 2020, 11:53 PM IST

ଭବାନୀପାଟଣା: ତୃତୀୟ ପର୍ଯ୍ୟାୟ ତାଲାବନ୍ଦ ବେଳେ ବିଭିନ୍ନ ଜିଲ୍ଲାର କୋରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଭିନ୍ନ ଭିନ୍ନ କଟକଣା ଜାରି କରାଯାଇଛି। କଳାହାଣ୍ଡି ଜିଲ୍ଲା ଅରେଞ୍ଜ ଜୋନରେ ଥିବାବେଳେ କଟକଣାରେ କେତେକ କୋହଳ କରାଯାଇଛି। କିନ୍ତୁ ସନ୍ଧ୍ୟା ସମୟରେ କଟକଣାକୁ ବଢାଇ ଦିଆଯାଇଛି।

କଳାହାଣ୍ଡିରେ କର୍ଫ୍ୟୁ, ମାନୁଛନ୍ତି ଲୋକେ

ସନ୍ଧ୍ୟା 7ଟାରୁ ସକାଳ 7ଟା ପର୍ଯ୍ୟନ୍ତ ଜିଲ୍ଲାରେ କର୍ଫ୍ୟୁ ଜାରି କରିଛି ପ୍ରଶାସନ। ନିହାତି କାମ ନଥିଲେ ଘରୁ ନ ବାହାରିବାକୁ କୁହାଯାଇଛି। ଯାହାକୁ କଳାହାଣ୍ଡିବାସୀ ମାନୁଥିବା ଦେଖିବାକୁ ମିଳିଛି।

ତେବେ ଏନେଇ ଆମେ ପୂରା ସହର ଓ ଆଖପାଖ ଗାଁରେ ସ୍ଥିତି ପରଖିବାକୁ ଚେଷ୍ଟା କରିଥିଲୁ ଆଉ ସବୁଠି ଦେଖିଲୁ ନୀରବତା। ନିହାତି କାମ ଥିବାରୁ କାଁ ଭାଁ ଲୋକେ ବାହାରକୁ ବାହାରୁଥିବା ଦେଖିବାକୁ ପାଇଥିଲୁ। ଛକ ମାନଙ୍କରେ ପୋଲିସର ଶକ୍ତ ପ୍ରହରା ମଧ୍ୟ ନଜରକୁ ଆସିଥିଲା।

କଳାହାଣ୍ଡିରୁ ଅଜିତ୍‌ ସିଂହ, ଇଟିଭି ଭାରତ

ABOUT THE AUTHOR

...view details